ଜଙ୍ଗଲରେ ଦନ୍ତାହାତୀର ମୃତଦେହ ଠାବ

ଜଙ୍ଗଲରେ ଦନ୍ତାହାତୀର ମୃତଦେହ ଠାବ

ଜଙ୍ଗଲରେ ଦନ୍ତାହାତୀର ମୃତଦେହ ଠାବ
ସମ୍ବଲପୁର: ଜଙ୍ଗଲ ଭିତରୁ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । ବଡରମା ରେଞ୍ଜ୍ କାନଡୁଙ୍ଗୁରୀ ଜଲଙ୍ଗଲରେ ଦନ୍ତାର ମୃତଦେହ ପଡିରହିଛି । ହାତୀର ମୃତଦେହ ଖବର ପାଇଁ ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଂଚିଛନ୍ତି । ହାତୀ କିପରି ମୃତୁ୍ୟବରଣ କଲା ସେଥିପ୍ରତି ତନାଘନା ଚାଲିଛି । ମୃତୁ୍ୟର କାରଣ ପୋଷ୍ଟମର୍ଟମ ପରେ ଜଣାପଡିବ ବୋଲି ଡିଏଫଓ କହିଛନ୍ତି । ରାଜ୍ୟରେ ଏବେ ପ୍ରାୟ ଦିନ ହାତୀ ମୃତୁ୍ୟର ଖବା ପ୍ରକାଶ ପାଉଛି । ହାତୀମାନେ କାହିଁକି ମୃତୁ୍ୟବରଣ କରୁଛନ୍ତି ସେଥି ପ୍ରତି ମଧ୍ୟ ସରକାର କେନ୍ଦ୍ର ବିଶେଷଜ୍ଞଙ୍କ ସହାୟତା ନେଉଛନ୍ତି ।