ଜଗା ଦର୍ଶନ ପାଇଁ ଆସିବ ରାହୁଲ

ଜଗା ଦର୍ଶନ ପାଇଁ ଆସିବ ରାହୁଲ

ଜଗା ଦର୍ଶନ ପାଇଁ ଆସିବ ରାହୁଲ

ବିଳାଶପୁର: ଛତିଶଗଡ଼ୀର ବାହାଦୂର ବାଳକ ‘ରାହୁଲ’ ଏବେ ବିଳାସପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛି । ସୁସ୍ଥ ରହିଛି । ତାଙ୍କ ବାପା ରାମକୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି, ଜଗନ୍ନାଥଙ୍କ କୃପା ରହିଛି ରାହୁଲ ଉପରେ । ଥରେ ପୁରୀ ସମୁଦ୍ର କୂଳରେ ହଜିଯାଇଥିଲା । ଜଗନ୍ନାଥଙ୍କ କୃପା ଯୋଗୁ ଶ୍ରୀମନ୍ଦିର ପାଖରୁ ପାଇଥିଲି। ଏବେ ୬୦ ଫୁଟ ଗାତକୁ ଖସି ୫ ଦିନ ଫସି ରହିଲା । ସେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଯୋଗୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା । ପୁଣି ପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମାରେ ରାହୁଲ ନୂଆ ଜୀବନ ପାଇଲା। ସବୁ ସେଇ କାଳିଆ ଠାକୁରଙ୍କ ପାଇଁ ସମ୍ଭବପର ହେଲା । ରାହୁଲ ଭଲ ହେବା ପରେ ପୂରା ପରିବାର ନିଶ୍ଚିତ ପୁରୀ ଯାଇ କାଳିଆ ଠାକୁରଙ୍କ ଦର୍ଶନ କରିବୁ ।

  ରାହୁଲ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ । ବୋରୱେଲ ଗାତରେ ପଡ଼ି ୧୦୦ ଘଣ୍ଟା ସେ ୬୦ ଫୁଟ ତଳେ ଥିଲା । ପାଖରେ ସାପଟିଏ ବି ଥିଲା । ହେଲେ ‘ରଖେ ହରି ମାରେ କିଏ’ । ସୁରକ୍ଷିତ ଭାବେ ତାକୁ ଉଦ୍ଧାର କରାଗଲା ।  ଛତିଶଗଡ଼ ପ୍ରଶାସନ, ଏନଡିଆରଏଫ ପୂରା ରାତିଦିନ ଏକ କରି ତାକୁ ଉଦ୍ଧାର କଲେ ।