ଡେଭିଡ୍ ଧୱନ ଅସୁସ୍ଥ
ଡେଭିଡ୍ ଧୱନ ଅସୁସ୍ଥ
ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ଆଗଧାଡ଼ିର ନିର୍ଦ୍ଦେଶକ ଡେଭିଡ ଧୱନ । ହଠାତ୍ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାପାଙ୍କ ଅସୁସ୍ଥତାର ଖବର ପାଇ ନିଜ ଅପକମିଙ୍ଗ ଫିଲ୍ମ ‘ଯୁଗ ଯୁଗ ଜିଓ’ ପ୍ରମୋସନ କରୁଥିବା ବରୁଣ ଧୱନ ଅଧାରୁ ମୁମ୍ବାଇ ଫେରି ଆସିଛନ୍ତି।
ରିପୋର୍ଟ ଅନୁଯାୟୀ, ଡେଭିଡଙ୍କର ମଧୁମେହ ସ୍ତର ଖୁବ୍ ଅଧିକ ରହୁଥିବାରୁ ପୂର୍ବରୁ ମଧ୍ୟ ବହୁ ଥର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ସାରିଛି। ଏବେ ମଧ୍ୟ ସମାନ କାରଣରୁ ତାଙ୍କ ଅବସ୍ଥା ବିଗିଡ଼ିଥିବା କୁହାଯାଉଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି, ସେ ନେଇ କିଛି ସୂଚନା ମିଳି ପାରିନି। ତେବେ ଡେଭିଡଙ୍କ ଅସୁସ୍ଥତା ଖବର ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି।
ଡେଭିଡ ଧୱନ ୯୦ ଦଶକରେ ବଲିଉଡରେ ଜଣେ ସଫଳ ନିର୍ଦ୍ଦେଶକ ଭାବେ ନିଜ ପରିଚୟ ସୃଷ୍ଟି କରି ପାରିଥିଲେ। ସେ ବ୍ୟାକ୍ ଟୁ ବ୍ୟାକ୍ ୧୫ରୁ ଅଧିକ ହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ଗୋବିନ୍ଦାଙ୍କ ସହ ତାଙ୍କ ଯୋଡ଼ି ଖୁବ୍ ଜମିଥିଲା। ନିଜ ଫିଲ୍ମ ପାଇଁ ଡେଭିଡ ଧାୱନଙ୍କ ପ୍ରଥମ ଚଏସ୍ ଗୋବିନ୍ଦା ହିଁ ରହୁଥିଲେ। ଆଉ ଉଭୟଙ୍କ ଫିଲ୍ମ ବକ୍ସ ଅଫିସ୍ରେ ସୁପରହିଟ ସାବ୍ୟସ୍ତ ହେଉଥିଲା।




admin 