ମୋଦି ସରକାରକୁ ଘେରିଲେ ରାହୁଲ,ବରୁଣ

ମୋଦି ସରକାରକୁ ଘେରିଲେ ରାହୁଲ,ବରୁଣ

ମୋଦି ସରକାରକୁ ଘେରିଲେ ରାହୁଲ,ବରୁଣ

ନୂଆଦିଲ୍ଲୀ: ସେନାରେ ଭର୍ତ୍ତି ନେଇ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉଛି । ସେନାରେ ନିଯୁକ୍ତି ପାଇଁ ଆବେଦନ କରିଥିବା ଓ ଆଶାୟୀ ଥିବା ହଜାର ହଜାର ଯୁବକ ଏହା ବିରୋଧରେ ଆନେ୍ଦାଳନକୁ ଓହ୍ଲାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ରାହୁଲ ଟ୍ୱିଟ କରି ସରକାରଙ୍କୁ ଘେରିଛନ୍ତି । ରାହୁଲ କହିଛନ୍ତି, ନା ର୍ୟାଙ୍କ ଅଛି ନା ପେନସନ । ୨ ବର୍ଷ ହେବ କୌଣସି ସିଧାସଳଖ ନିଯୁକ୍ତି ନାହିଁ । ୪ ବର୍ଷ ପରେ ଭବିଷ୍ୟତ ଅନିଶ୍ଚିତ । ଏ ସରକାରଙ୍କ ଭାରତୀୟ ସେନା ପ୍ରତି ବି ସମ୍ମାନ ନାହିଁ । ଦେଶର ବେକାର ଯୁବବର୍ଗଙ୍କ ସ୍ୱରକୁ ସରକାର ଶୁଣିବା ଦରକାର । ଦେଶର ଯୁବବର୍ଗଙ୍କୁ ଏମିତି ଅଗ୍ନିପଥରେ ଚଲାଇବାକୁ ବାଧ୍ୟ କରି ସେମାନଙ୍କ ଧୈର୍ଯ୍ୟର ଅଗ୍ନି ପରୀକ୍ଷା ପ୍ରଧାନମନ୍ତ୍ରୀ ନିଅନ୍ତୁ ନାହିଁ ।

  ଏ ପ୍ରସଙ୍ଗରେ ବିଜେପି ସାଂସଦ ବରୁଣ ଗାନ୍ଧି ମଧ୍ୟ ସରକାରଙ୍କୁ ଘେରିଛନ୍ତି । ବରୁଣ ଏ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି । ଦେଶରେ ଅଗ୍ନିପଥ ଯୋଜନା ନେଇ ଯୁବବର୍ଗଙ୍କ ମଧ୍ୟରେ ଯେଉଁ ଆଶଙ୍କା ରହିଛି,ତାହାକୁ ଦୂର କରିବା ନେଇ ସରକାର ସ୍ପଷ୍ଟ ନୀତି ଓ ତଥ୍ୟ ରଖିବାକୁ ସେ ନିବେଦନ କରିଛନ୍ତି । ଉଭୟ ରାହୁଲ ଓ ବରୁଣ ଏ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଚର୍ଚ୍ଚାର ବିଷୟ ହୋଇଛି ।