ଅଗ୍ନିପଥକୁ ବିରୋଧ
ଅଗ୍ନିପଥକୁ ବିରୋଧ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସେନାରେ ୪ ବର୍ଷିଆ ନିଯୁକ୍ତି ନେଇ ଯେଉଁ ଅଗ୍ନିପଥ ଯୋଜନା ଘୋଷଣା କରିଛନ୍ତି, ତାହାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । ବିଶେଷ କରି ବିହାରରେ ଏହାକୁ ନେଇ ପ୍ରବଳ ବିରୋଧାଭାସ ପ୍ରକାଶ ପାଇଛି । ରାସ୍ତାକୁ ଓହ୍ଲାଇ ଯୁବକମାନେ ବିକ୍ଷୋଭ ଓ ନାରାବାଜି କରିଛନ୍ତି । ବିଭିନ୍ନ ସ୍ଥାନରେ ଆନେ୍ଦାଳନ ଉଗ୍ର ରୂପ ନେଇଛି । ରାଜନୈତିକ ଦଳଗୁଡ଼ିକ ମଧ୍ୟ ମୋଦିଙ୍କ ଏହି ଘୋଷଣାକୁ ସମାଲୋଚନା କରିବା ସହ ଏଥିରେ ତ୍ରୁଟିଥିବା ଦର୍ଶାଇଛନ୍ତି ।
କେନ୍ଦ୍ର ସରକାରଙ୍କ ଏହି ଅଗ୍ନିପଥ ଯୋଜନାକୁ ନେଇ ବିହାରରେ ବ୍ୟାପକ ଆନ୍ଦୋଳନ ହେଉଛି । ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରୁଛନ୍ତି ଲୋକେ । ସେହିପରି ହରିୟାଣା ଗୁରୁଗ୍ରାମରେ ମଧ୍ୟ ଆନ୍ଦୋଳନ ହେଉଛି । ରାସ୍ତାରେ ଟାୟାର ଜାଳି ଅବରୋଧ କରୁଥିବା ଦେଖିବାକୁ ମିଳିଛି ।
ଭାରତୀୟ ସେନାରେ ଗତ ୩ ବର୍ଷ ମଧ୍ୟରେ ନିଯୁକ୍ତି ହୋଇନଥିବା ବେଳେ ଏବେ କେବଳ ୪ ବର୍ଷ ପାଇଁ ନିଯୁକ୍ତିକୁ ବିରୋଧ କରିଛନ୍ତି । ଏହାଦ୍ୱାରା ସେମାନେ ଭବିଷ୍ୟତରେ ଅଡ଼ୁଆରେ ପଡିବେ ବୋଲି ଯୁକ୍ତି ବାଢିଛନ୍ତି ଲୋକେ । ସେନାରୁ ୪ ବର୍ଷ ପରେ ବାହାରିବା ପରେ ଅନ୍ୟ କୌଣସି ସ୍ଥାନରେ ରୋଜଗାର ଖୋଜିବା ସମ୍ଭବ ନୁହେଁ । କେନ୍ଦ୍ରର ଏଭଳି ନୀତି ତୁରନ୍ତ ପ୍ରତ୍ୟାହାର କରାଯିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି ।




admin 