ଛେଚିବ ବର୍ଷା, ଏହି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଛେଚିବ ବର୍ଷା, ଏହି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର: ସ୍ଥଳଭାଗ ଛୁଇଁ ସାରିଛି ତୀବ୍ର ଅବପାତ । ପ୍ରଭାବରେ ଉତ୍ତର ଓଡ଼ିଶାରେ ଲାଗି ରହିଛି ପ୍ରବଳ ବର୍ଷା । ବାଲେଶ୍ବର, ଭଦ୍ରକ ଉପକୂଳରେ ଘଣ୍ଟାକୁ ୫୫ରୁ ୬୫କିମି ବେଗରେ ପବନ ବହୁଛି । ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପ୍ରବଳ ବର୍ଷା ପାଇଁ ୮ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଲଘୁଚାପରେ ଅଧିକ ପ୍ରଭାବିତ ହେଉଛି ଉତ୍ତର ଓଡ଼ିଶା । ବାଲେଶ୍ବର ସମେତ ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, ଭଦ୍ରକରେ ମଧ୍ୟ ବର୍ଷାର ପ୍ରଭାବ ରହିଛି । ଏସବୁକୁ ଦୃଷ୍ଟିରେ ରଖି ସଂପୃକ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ କରିଛନ୍ତି ରାଜ୍ୟ ସରକାର । ସ୍ଥିତିକୁ ନଜରରେ ରଖି ବାଲେଶ୍ବରରେ ବିଭିନ୍ନ ପର୍ୟ୍ୟଟନସ୍ଥଳୀ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଆଜି ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି ।

ସବୁ ସ୍ଥାନରେ ତୟାର ଅଛନ୍ତି ଉଦ୍ଧାରକାରୀ ଦଳ । ଆବଶ୍ୟକ ପଡ଼ିଲେ ଅଧିକ ଓଡ୍ରାଫ, ଏନଡ଼ିଆରଏଫ, ଓ ଅଗ୍ନିଶମ ଟିମ ପଠାଯିବ । ତଳିଆ ଅଞ୍ଚଳରୁ ପ୍ରାୟ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ବରରୁ ପ୍ରାୟ ୩ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତୀବ୍ର ଅବପାତ ଓଡ଼ିଶାରୁ ଅତିକ୍ରମ ନକରିବା ଯାଏ ବଡ ଚ୍ୟାଲେଞ୍ଜ ରହିଛି ।

admin 