ଛାତ୍ରୀଙ୍କୁ ଅପହରଣ କଲେ ଟ୍ୟୁସନ୍ ସାର
ଛାତ୍ରୀଙ୍କୁ ଅପହରଣ କଲେ ଟ୍ୟୁସନ୍ ସାର
ଭୁବନେଶ୍ବର, ଦୁଇ ଛାତ୍ରୀଙ୍କୁ ଟ୍ୟୁସନ୍ ସାର ଅପହରଣ କରିଥିବା ଅଭିଯୋଗ ହେଉଛି। ଏ ନେଇ ରାଜଧାଧୀନର ବରଗଡ଼ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଛାତ୍ରୀଙ୍କ ପରିବାର ଲୋକ ଏ ନେଇ ବରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ୩ ଦିନ ହେଲା ଛାତ୍ରୀଙ୍କ କେଉଁ ଆଡ଼େ ଚାଲି ଯାଇଥିଲେ। ଘରେ ଏକ ହାତ ଲେଖା ଚିଠି ଛାଡ଼ି ଦେଇ ଯାଇଥିଲେ। ପରିବାର ଲୋକ ଚାରି ଆଡ଼େ ଖୋଜାଖୋଜି କରିବା ପରେ ଶେଷରେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପରିବାର ଲୋକ ଏ ନେଇ ଛାତ୍ରୀ ଦ୍ବୟଙ୍କୁ ଟ୍ୟୁସନ୍ କରୁଥିବା ଜଣେ ସାର୍ଙ୍କୁ ସନ୍ଦେହ କରନ୍ତି। ଟ୍ୟୁସନ୍ ସାର୍ ଜଣଙ୍କ ଅଧିକାଂଶ ସମୟ ସେମାନଙ୍କ ଘରେ ରୁହନ୍ତି। ପାଠପଢ଼ାଇବା ନାଁ ରେ ଦିନ ଦିନ ଘରେ ରୁହନ୍ତି। ତେଣୁ ପରିବାର ଲୋକ ସଂପୃକ୍ତ ଟ୍ୟୁସନ୍ ସାରଙ୍କ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ଛାତ୍ରୀ ଦ୍ବୟ ହାଇଦ୍ରାବାଦ ପଳାଇଥିବା ସନ୍ଦେହ କରାଯାଉଛି। ପୁଲିସ ଏହି ଘଟଣାକୁ ନେଇ ତଦନ୍ତ ଚଳାଇଛି।




admin 