ଓଡ଼ିଶାରେ ଓମିକ୍ରନ୍‌, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ୨୧

ଓଡ଼ିଶାରେ ଓମିକ୍ରନ୍‌, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ୨୧

ଓଡ଼ିଶାରେ ଓମିକ୍ରନ୍‌, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ୨୧

ଭୁବନେଶ୍ୱର :ଓଡ଼ିଶାରୁ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେବା ପରେ ସରକାର ତତ୍ପର ହୋଇ ପଡ଼ିଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିଲେ ମଧ୍ୟ ସରକାର ସଂକ୍ରମଣ ରୋକିବାକୁ ଜୋର ଦେବା ଆରମ୍ଭ କରିଛନ୍ତି। ସେମାନଙ୍କ ଯାତ୍ରା ବିବରଣୀ ଟ୍ରେସ୍‌ କରାଯାଉଛି। ତେବେ ବଡ଼କଥା ହେଉଛି ସଂକ୍ରମିତ ୨ ଜଣଙ୍କ ସଂସ୍ପର୍ଶରେ ୨୧ ଜଣ ଅସିଥିବା ଜଣାପଡ଼ିଛି।  

ଉଭୟ ନନ୍ ଆଟ୍ ରିସ୍କ ଦେଶରୁ ଫେରିଛନ୍ତି, ଯାହାକି ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଉଭୟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର କିଛି ଲକ୍ଷଣ ନଥିବା ବେଳେ ଅନ୍ୟ ଜଣଙ୍କର ଅଳ୍ପ କାଶ ହେଉଛି। ଉଭୟଙ୍କୁ ଆଇସୋଲେସନରେ ରଖାଯାଇଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଏଯାଏଁ ୮୮୦୦ ଜଣ ବିଦେଶରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ  ଆଟ୍ ରିସ୍କ ଦେଶରୁ ୧୬୦୦ ଲୋକ ଆସିଛନ୍ତି।

ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ  ଜିନମ ସିକ୍ୟୁଏନ୍ସିଂ ହୋଇଥିବା ବେଳେ ସେଥିରୁ ୨ ଜଣ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ କତାର ଫେରନ୍ତା। ଉଭୟ ନନ୍ ଆଟ୍ ରିସ୍କ ଦେଶରୁ ଫେରିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ସରିଛି।  ୨୧ ଜଣ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ସମସ୍ତ ୨୧ ଜଣଙ୍କର ଟେଷ୍ଟିଂ କରାଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସେପଟେ ଏହି ଘଟଣାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି। ଓଡ଼ିଶାରେ ଓମିକ୍ରନ୍ ପଶି ସାରିଥିବା ବେଳେ ଏହାର ମୁକାବିଲା ପାଇଁ ଲୋକସଭା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି। ଏଥିରେ ସ୍ୱାସ୍ଥ୍ୟ ବିଭାଗ ସମେତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି।