ଛାତ୍ରକଂଗ୍ରେସ ପକ୍ଷରୁ ଚେତାବନୀ, ସମୀରଙ୍କୁ ଗିରଫ କରାନଗଲେ ନବୀନ ନିବାସ ଘେରାଉ

ଛାତ୍ରକଂଗ୍ରେସ ପକ୍ଷରୁ ଚେତାବନୀ, ସମୀରଙ୍କୁ ଗିରଫ କରାନଗଲେ ନବୀନ ନିବାସ ଘେରାଉ

ଛାତ୍ରକଂଗ୍ରେସ ପକ୍ଷରୁ ଚେତାବନୀ, ସମୀରଙ୍କୁ ଗିରଫ କରାନଗଲେ ନବୀନ ନିବାସ ଘେରାଉ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରକ୍ଷା ଦେଉଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ସମୀରଙ୍କୁ ଗିରଫ କରାନଗଲେ ନବୀନ ନିବାସ ଘେରାଉ କରାଯିବ । ଆଜି ଛାତ୍ରକଂଗ୍ରେସ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି । 

ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତୁ୍ୟ ମାମଲାରେ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ଏନେଇ ଛାତ୍ର କଂଗ୍ରେସ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।  ଧର୍ମେନ୍ଦ୍ର ସାହୁଙ୍କ ମୃତୁ୍ୟ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗରେ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଇସ୍ତଫା ଦାବି କରାଯାଇଛି ।  ଏନେଇ ଛାତ୍ର କଂଗ୍ରେସ ପକ୍ଷରୁ  ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି ।  ଏପରିକି ମନ୍ତ୍ରୀଙ୍କ ଘରକୁ ଧସେଇ ପଶିବାକୁ ଉଦ୍ୟମ କରାଯାଇଥିଲା । ଫଳରେ ଛାତ୍ର କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।  ତେବେ  ସମୀରଙ୍କ ଇସ୍ତଫା ସହ ତାଙ୍କର ଗିରଫଦାରୀ ଦାବି କରିଛି ଛାତ୍ରକଂଗ୍ରେସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କୁ ସୁରକ୍ଷା ଦେଉଥିବା କହି ଆସନ୍ତା ୭ ଦିନ ମଧ୍ୟରେ ସମୀରଙ୍କୁ ଗିରଫ କରାନଗଲେ ନବୀନ ନିବାସ ଘେରାଉ କରିବାକୁ ଛାତ୍ରକଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।