ଛାତିକୁ ଛୁଇଁଛି କେୱାନ ଲାଇଭର ‘ଫାଷ୍ଟ ଲଭ’

ଛାତିକୁ ଛୁଇଁଛି କେୱାନ ଲାଇଭର ‘ଫାଷ୍ଟ ଲଭ’

ଛାତିକୁ ଛୁଇଁଛି କେୱାନ ଲାଇଭର ‘ଫାଷ୍ଟ ଲଭ’
ଭୁବନେଶ୍ୱର : ‘ପାର୍କର ସେଇ ଶୀତୁଆ ସଂଜରେ, ପାଖାପାଖି ବସୁଥିଲେ ଗୋଟିଏ ବେଂଚରେ... ଘଟୁନଥିଲା କିଛି ଘଟଣା’ର ଧାଡ଼ିଟି ଏବେ ଏବେ ସମସ୍ତେ ଗୁଣୁଗୁଣେଇ ଚାଲିଛନ୍ତି । ଶୀତୁଆ ସଂଜକୁ ମତୁଆଲ କରିଦେଉଛି କେ ୱାନ ଲାଇଭ ପ୍ରଯୋଜିତ ‘ଫାଷ୍ଟ ଲଭର’ ଗୀତଟି । ପ୍ରଥମ ଥର ପାଇଁ ଉଭୟ ଗାୟକ ଓ ଗାୟିକାଙ୍କୁ ନେଇ ଏହାର ଭିଡ଼ିଓ ବି ପ୍ରସ୍ତୁତ କରାଯାଇଛି । ଆମ କହିବାର ମାନେ ହେଉଛି ଏହି ଆଲବମର ହିରୋ ହିରୋଇନ ସାଜିଛନ୍ତି କଣ୍ଠଶିଳ୍ପୀ ବିଶ୍ୱଜିତ ଓ ମୋନାଲି । ବୋଧହୁଏ ପ୍ରଥମ ଥର ପାଇଁ ଏମିତି ଏକ ପ୍ରୟାସ କରାଯାଇଛି । ବାପି ଦାସଙ୍କ ଏହି ଭିଡ଼ିଓ ମୁ୍ୟଜିକର ଅନ୍ଦାଜରେ ଯେକେହିବି ମତୁଆଲା ହେବା ଥୟ । ଶୀତୁଆ ସଂଜର କୋହଲା ପବନରେ ଥରେ ଏଇ ଗୀତଟି ଶୁଣିଲେ ଦିଲ ଗାଡେର଼୍ନ ଗାଡେର଼୍ନ ହୋଇଯାଉଛି ବୋଲି ଶ୍ରୋତାମାନେ ଦିଲଖୁସରେ କୁହନ୍ତି । କେୱାନ ଲାଇଭର ଅନ୍ୟ ଗୀତଗୁଡ଼ିକ ଭଳି ଏଇ ଗୀତଟି ବହୁ ଶ୍ରୋତାଙ୍କୁ ଛୁଇଁଗଲାଣି ।