ଚିଲିକା ପାଣି ମାଡ଼ିଗଲା ୬ ଗାଁକୁ

ଚିଲିକା ପାଣି ମାଡ଼ିଗଲା ୬ ଗାଁକୁ

ଚିଲିକା ପାଣି ମାଡ଼ିଗଲା ୬ ଗାଁକୁ

ଭୁବନେଶ୍ୱର : ମାଡି ଆସିଲା ଚିଲିକା ଜୁଆର ପାଣି। କୃଷ୍ଣପ୍ରସାଦ ବ୍ଲକର ୬ଟି ଗାଁ ଭିତରେ ପସିଲା ଚିଲିକା ପାଣି। ବାତ୍ୟା ଜଓ୍ବାଦ ପ୍ରଭାବରେ ଉଛୁଳିବାରେ ଲାଗିଛି ଚିଲିକା। କୃଷ୍ଣପ୍ରସାଦ ବ୍ଲକର ଅରଖକୁଦା ପଞ୍ଚାୟତ ଅରଖକୁଦା ଗ୍ରାମର ହରଚଣ୍ଡିସାହି, ଭାଗବତସାହି, ଲକ୍ଷ୍ମୀନାରାୟଣ ସାହି, ମଙ୍ଗଳା ସାହିରେ ପିସିଲା ପାଣି। ଗାଁ ଭିତରେ ପ୍ରବାହିତ ହେଉଛି ୩ଫୁଟର ଜୁଆର ପାଣି ଏବଂ ସାନପାଟଣା ଗବକୁଣ୍ଡ, ସିପକୁଦା ଗାଁ ଭିତରକୁ ପ୍ରବେଶ କରୁଛି ଚିଲିକା ପାଣି।

ଅନ୍ୟପକ୍ଷରେ ପୁରୀ ଠାରୁ ୧୮୦ କିମି ଦୂରରେ ବାତ୍ୟା ଜୱାଦ ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ସେହିପରି ଗୋପାଳପୁର ଠାରୁ ୧୩୦ କିମି ଓ ପାରାଦୀପ ଠାରୁ ୨୭୦ କିମି ଦୂରରେ ଜୱାଦ ରହିଛି ।  ଗତ ୬ଘଣ୍ଟା ଧରି ଘଣ୍ଟାପ୍ରତି ୧୫ କିମି ବେଗରେ ଏହା ଗତି କରୁଛି ।  ଆହୁରି ଦୁର୍ବଳ ହୋଇ ଜୱାଦ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରୁଛି  । ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଜୱାଦ ।  ଅବପାତରେ ପରିଣତ ହୋଇ ମଧ୍ୟାହ୍ନରେ ପୁରୀ ପାଖାପାଖି  ପହଞ୍ଚିବ  । ପରେ ଜୱାଦ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବା ସମ୍ଭାବନା ରହିଛି ।  ୧୨ ଘଣ୍ଟାରେ ଦୁର୍ବଳ ହୋଇ ୱେଲ ମାର୍କଡ ଲୋ’ ପ୍ରେସର ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।