ଚନ୍ଦକା ଜଙ୍ଗଲରେ ଛଡ଼ାଗଲା ରାଜଧାନୀରୁ ଧରା ପଡ଼ିଥିବା କଲରାପତରିଆ ବାଘ

ଚନ୍ଦକା ଜଙ୍ଗଲରେ ଛଡ଼ାଗଲା ରାଜଧାନୀରୁ ଧରା ପଡ଼ିଥିବା କଲରାପତରିଆ ବାଘ

ଚନ୍ଦକା ଜଙ୍ଗଲରେ ଛଡ଼ାଗଲା ରାଜଧାନୀରୁ ଧରା ପଡ଼ିଥିବା କଲରାପତରିଆ ବାଘ
ଭୁବନେଶ୍ୱର: ରାଜଧାନୀରେ କାବୁ ହୋଇଥିବା କଲରାପତରିଆ ବାଘକୁ ଆଜି ଚନ୍ଦକା ଜଙ୍ଗଲରେ ଛଡ଼ା ଯାଇଛି। ନିଶ୍ଚେତକ ଶୂନ୍ୟ ହେବା ପରେ ବାଘଟିକୁ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଓ ବନବିଭାଗ କର୍ମଚାରୀ ଆଲୋଚନା କରି ନିକଟସ୍ଥ ଚନ୍ଦକା ଜଙ୍ଗରେ ଛାଡ଼ି ଦେଇଛନ୍ତି। ୨ଦିନ ଧରି ପଳାସପଲ୍ଲୀ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏହି କଲରାପତରିଆ ବାଘ ଗତକାଲି ବନ ବିଭାଗ ବସାଇଥିବା ଯନ୍ତାରେ ପଡ଼ିଥିଲା। ବିମାନବନ୍ଦରର କାର୍ଗୋ ଗେଟ୍‌ ପାଖରେ ବସିଥିବା ଯନ୍ତାରେ ଗତକାଲି ରାତିରେ ବାଘଟି ଧରାପଡ଼ିଥିଲା। ରାତି ରାତି ତାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା। ଆଜି ବାଘଟି ସୁସ୍ଥ ଥିବା ଜଣାପଡ଼ିବା ପରେ ଶେଷରେ ଜଙ୍ଗଲକୁ ଛାଡ଼ି ଦିଆଯାଇଛି। ଅନ୍ୟପଟେ, କଲରାପତରିଆ ବାଘ ଧରାଯିବା ପରେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତ ମିଳିଛି।