ଓଜନ କମ୍‍ କରିବ ଫୁଲକୋବି

ଓଜନ କମ୍‍ କରିବ ଫୁଲକୋବି

ଓଜନ କମ୍‍ କରିବ ଫୁଲକୋବି
ଶୀତଦିନିଆ ପରିବା ଭାବେ ଫୁଲକୋବିର ଆଦର ବେଶ୍‍ ରହିଛି । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପିଲାଠାରୁ ବୟସ୍କ ସମସ୍ତ ବର୍ଗର ଲୋକ ନିୟମିତ ଭାବେ ଫୁଲକୋବି ବ୍ୟଞ୍ଜନ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ହିତକାରୀ । ଏହି ଫୁଲକୋବି ପରିବାର ଅନ୍ୟ ଏକ ପ୍ରମୁଖ ବିଶେଷତ୍ୱ ହେଲା ଡାଏଟ୍‍ରେ ଏହାକୁ ମିଶାଇଲେ ଓଜନ ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ଅନୁସନ୍ଧାନରୁ ଜଣାପଡ଼ିଛି, ଫୁଲକୋବିରେ ପ୍ରଚୁର ପରିମାଣରେ ଫାଇବର ଓ କମ୍‍ କ୍ୟାଲୋରୀ ଥିବାରୁ ଏହା ପ୍ରସ୍ତୁତ ବ୍ୟଞ୍ଜନ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକାରୀ । ବର୍ତ୍ତମାନ ସମୟରେ ଲୋକପି୍ରୟ ହୋଇଥିବା କେଟୋ ଡାଏଟ୍‍ରେ ଏହି ଫୁଲକୋବିର ସ୍ଥାନ ବେଶ୍‍ ସ୍ୱତନ୍ତ୍ର । ଏହି ପରିବାରେ ପ୍ରଚୁର ପରିମାଣରେ ପାଣି ଥିବା ବେଳେ ଏହା ଗ୍ଲୁଟେନ ଫି୍ର ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି । ଭାତ ସହ ଫୁଲକୋବିର ସ୍ୱାଦ ଖୁବ ମଜାଦାର ହୋଇଥିବା ବେଳେ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ ।