ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ଆଜି ଆସିପାରେ ଲାଏ ଟିଟେକ୍ସନ ଟେଷ୍ଟ ରିପୋର୍ଟ
ଭୁବନେଶ୍ୱର: ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ସନ୍ଦେହଜନକ ମୃତ୍ୟୁ ଏବେବି ରହସ୍ୟ ଘେରରେ । ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏ ଟିଟେକ୍ସନ ଟେଷ୍ଟ ରିପୋର୍ଟ ଆଜି ଆସିପାରେ । ଏହି ରିପୋର୍ଟ ଆସିବା ପରେ ତର୍ଜମା କରାଯିବ । ଆବଶ୍ୟକ ପଡ଼ିଲେ ନାର୍କୋ ଆନାଲିସିସ୍ କରାଯିବ ବୋଲି ସମ୍ବଲପୁର ଏସପି କହିଛନ୍ତି ।
ଏସପି ଆହୁରି ମଧ୍ୟ କହିଛନ୍ତି ଯେ, ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ହେଲେ, ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ତାକୁ ନେଇ ତଦନ୍ତ ଚାଲୁ ରହିଛି । ଏହାରି ଭିତରେ ଚିନ୍ମୟୀଙ୍କ ପରିବାର ଲୋକଙ୍କୁ ଡାକି ପଚରାଉଚରା କରିଛି ପୋଲିସ । ଚିନ୍ମୟୀଙ୍କ ବାପା, ମାଆ ଓ ଭଉଣୀଙ୍କୁ ପୋଲିସ ପଚରାଉଚରା କରିଛି ।
ସୂଚନା ଅନୁସାରେ ଗତକାଲି ରାତି ତମାମ ପୋଲିସ ବିଭିନ୍ନ ଲୋକଙ୍କୁ ଥାନାକୁ ଡାକି ପଚରାଉଚରା କରିବା ସହ ୧୬୧ ସିଆରପିସିରେ ବୟାନ ରେକର୍ଡ କରିଛି । ଗତକାଲି ରାତିରେ ଦୁଇ ଜଣ ଦୋକାନୀ ଓ ଦୁଇ ଜଣ ଛାତ୍ରଙ୍କୁ ଡାକି ପଚରାଉଚରା କରାଯାଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ଭିସୁଟର କିଛି ଛାତ୍ରଙ୍କୁ ମିଶାଇ ୩୧ ଜଣଙ୍କୁ ଜେରା କରାଯାଇଥିଲା ।




admin 