ଘୁଞ୍ଚିଲା ଏକକ ପିଜି ପ୍ରବେଶିକା ପରୀକ୍ଷା

ଘୁଞ୍ଚିଲା ଏକକ ପିଜି ପ୍ରବେଶିକା ପରୀକ୍ଷା

ଘୁଞ୍ଚିଲା ଏକକ ପିଜି ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର: ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷା ଲାଗି ଏକକ ପିଜି ପ୍ରବେଶିକାକୁ ଦୁଇ ଦିନ ଘୁଞ୍ଚାଇ ଦିଆଯାଇଚି । ଅକ୍ଟୋବର ୧୦ ରୁ ଆରମ୍ଭ ହେବାକୁ ଥିବା ଏହି ପ୍ରବେଶିୀକା ପରୀକ୍ଷା ଏବେ ଅକ୍ଟୋବର ୧୨ ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ୩ଟି ସିଟିଂରେ ପରୀକ୍ଷା କରାଯିବ । ପ୍ରତି ସିଟିଂ ପରୀକ୍ଷା ଦେଢ଼ ଘଣ୍ଟା ଲେଖାଏଁ ହେବ । ପୂର୍ବାହ୍ନ ୧୦ ଟାରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ପ୍ରଥମ ସିଟିଂ ହୋବକୁ ଥିବା ବେଳେ ମଧ୍ୟାହ୍ନ ୧୨ଟା ୩୦ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦ୍ୱିତୀୟ ଓ ଅପରାହ୍ନ ୩ଟାରୁ ୪ ପର୍ଯ୍ୟନ୍ତ ତୃତୀୟ ସିଟିଂ ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବ ବିଜ୍ଞପ୍ତିରେ ଆଉ କୌଣସି ପରିବର୍ତ୍ତନ କରାଯାଇ ନଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।