ଅକ୍ଟୋବର ୪ ରୁ ଖୋଲିବ ନନ୍ଦନ କାନନ

ଅକ୍ଟୋବର ୪ ରୁ ଖୋଲିବ ନନ୍ଦନ କାନନ

ଅକ୍ଟୋବର ୪ ରୁ ଖୋଲିବ ନନ୍ଦନ କାନନ
ବାରଙ୍ଗ: ଆସନ୍ତା ଅକ୍ଟୋବର ୪ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବ । ଏ ସମ୍ପର୍କରେ ନନ୍ଦନକାନନ ଉପନିଦେ୍ର୍ଧଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ତେବେ ପର୍ଯ୍ୟଟକମାନେ କେମିତି ପ୍ରାଣୀ ଉଦ୍ୟାନ ଭିତରେ ବୁଲି ଦେଖିବେ ସେ ସମ୍ପର୍କରେ ନିର୍ଦ୍ଧିଷ୍ଟ ଭାବେ ସରକାରୀ ନିଦେ୍ର୍ଧଶ ନାହିଁ ବୋଲି ସେ କହିଛନ୍ତି । ଅନଲାଇନ ଓ ଅଫଲାଇନ ଟିକେଟ କିଣି ଆସୁଥିବା ପର୍ଯ୍ୟଟକମାନେ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି ଜୀବଜନ୍ତୁ ବୁଲି ଦେଖିବେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ବନ୍ଦ ରହିଥିବା କାରଣରୁ ପ୍ରାୟ ୧୧ କୋଟି ଟଙ୍କା କ୍ଷତି ହୋଇଛି । ଏବେ ପର୍ଯ୍ୟଟକମାନେ ଆସିବା ଦ୍ୱାରା ସେମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ । ପର୍ଯ୍ୟଟକମାନଙ୍କୁ ଯାଞ୍ଚ କରିବା ପାଇଁ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ । ବୋଟିଂ, ପାର୍କିଂ, ସଫାରି ବସ ଠିକା ସଂସ୍ଥାମାନେ ପର୍ଯ୍ୟଟକମାନଙ୍କୁ ବୁଲାଇବା ବେଳେ କରୋନା ସଂକ୍ରମଣ ଯେମିତି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ।