ଘୁଞ୍ଚିପାରେ ଡେଡଲାଇନ!

ଘୁଞ୍ଚିପାରେ ଡେଡଲାଇନ!

ଘୁଞ୍ଚିପାରେ ଡେଡଲାଇନ!
ଭୁବନେଶ୍ୱର: ଡିସେମ୍ବର୧ରୁ ନୂଆ ମୋଟର ଯାନ ଆଇନ ପୁଣି ଲାଗୁ ପାଇଁ ଯେଉଁ ଘୋଷଣା କରାଯାଇଛି ତାହା ଘୁଞ୍ଚି ଯାଇପାରେ । ଗାଡ଼ି କାଗଜପତ୍ର ପାଇଁ ଡେଡଲାଇନ ଘୁଞ୍ଚିପାରେ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ମନ୍ତବ୍ୟରୁ ଏହି ସଙ୍କେତ ମିଳିଛି । କାଗଜପତ୍ର ପାଇଁ ନଭେମ୍ବର ୩୦ ଡେଡଲାଇନ ନେଇ ମନ୍ତ୍ରୀ ଶ୍ରୀ ବେହେରା ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ଅସମ୍ଭବ ଭିଡ଼ ନେଇ ଖବର ଅଛି । ଲୋକମାନେ କେମିତି ଅସୁବିଧାରେ ପଡ଼ିବେନି ସେନେଇ ଦୃଷ୍ଟି ଦିଆଯାଉଛି । ଲୋକଙ୍କ ସୁବିଧା ପାଇଁ କଣ କରାଯାଇପାରିବ ବିଚାରବିମର୍ଶ କରୁଛୁ । ପହିଲାରୁ କଡ଼ାକଡ଼ି ହେବ କି ନାହିଁ ବିଭାଗ ପକ୍ଷରୁ ବିଚାର ବିମର୍ଶ ଚାଲିଥିବା କରାଯାଉଥିବା ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ପ୍ରକାଶ ଯେ, ଆଉ ୨ଦିନ ପରେ ଟ୍ରାଫିକ ନିୟମକୁ ନେଇ ଗାଡ଼ି ଚାଳକଙ୍କୁ ମୋଟ ଅଙ୍କର ଫାଇନକୁ କୋହଳ ପାଇଁ ଦିଆଯାଇଥିବା ୩ମାସର କଣ୍ଟ ପୁରିବାକୁ ଯାଉଛି । ରାଜ୍ୟ ସରକାର ଗାଡ଼ି କାଗଜପତ୍ର କରିବା ପାଇଁ ୩ମାସର ସମୟ ଦେଇଥିଲେ ମଧ୍ୟ ବହୁ ଲୋକ ଏଯାଏଁ କାଗଜପତ୍ର କରି ନାହାଁନ୍ତି । ତେଣୁ ଅଫିସ ଗୁଡିକ ଦିନ ୧୦ଟାରେ ଖୋଲୁଥିଲେ ମଧ୍ୟ ଭୋର ୪ଟାରୁ ଆସି ଲାଇନ ଲଗାଉଛନ୍ତି ଗାଡି ଚାଳକମାନେ। ନୂତନ ସଂଶୋଧିତ ମୋଟର ଯାନ ଆଇନ ଅନୁଯାୟୀ, ଗାଡ଼ି ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ, ହେଲମେଟ, ପଲ୍ୟୁସନ ସାର୍ଟିଫିକେଟ, ଦୁଇଚକିଆ ଗାଡ଼ିରେ ୨ଜଣ ବସିବେ, ସମସ୍ତ ୨ଚକିଆ ଯାନ ଆରୋହୀ ହେଲମେଟ ପିନ୍ଧିବା, କାର ଚାଳକ ସିଟବେଲ୍ଟ ବାନ୍ଧିବା ଆବଶ୍ୟକ ରହିଛି । ତେବେ ଆବଶ୍ୟକୀୟ ଗାଡ଼ି କାଗଜପତ୍ର ପାଇଁ ଏବେ ରାଜ୍ୟର ସମସ୍ତ ଆରଟିଓ ଅଫିସରେ ଅସ୍ୱାଭାବିକ ଭିଡ଼ ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡ଼ା ହେଲେ ମଧ୍ୟ କାମ ହୋଇ ପାରୁ ନାହିଁ । କାଉଣ୍ଟର ଅଭାବରୁ ଲୋକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି । ତେଣୁ ଅଧିକ ଆକାଉଣ୍ଟ ଖୋଲିବାକୁ ଗାଡ଼ି ଚାଳକ ଦାବି କରୁଛନ୍ତି ।