ଘାଟିରେ ଓଲଟିଲା ପିକନିକ୍ ବସ୍

ଘାଟିରେ ଓଲଟିଲା ପିକନିକ୍ ବସ୍

ଘାଟିରେ ଓଲଟିଲା ପିକନିକ୍ ବସ୍
ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଘାଟିରେ ପିକ୍ନିକ୍ ବସ୍ ଓଲଟି ୩୫ରୁ ଅଧିକ ବିଦ୍ୟାର୍ଥୀ ଆହତ ହୋଇଛନ୍ତି। ଖବର ପାଇ ପୁଲିସ, ଦମକଳ ବାହିନୀ ପହଞ୍ଚ ଆହତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ରାତି ପ୍ରାୟ ୧୦ଟା ସୁଦ୍ଧା ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ୨୨ଜଣଙ୍କୁ ଭର୍ତ୍ତି କରାଯାଇଛି। ସମସ୍ତ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି। କଟକର ଓଆରଡବ୍ଲ୍ୟୁ ୩୬୬୩ ନମ୍ବର ‘ନେହା ନିଖିତା’ ବସ୍ ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମସିଏ ପିଜିର ୬୦ ଛାତ୍ରଛାତ୍ରୀଙ୍କୁ ନେଇ ଗଜପତି ଜିଲ୍ଲା ଗଣ୍ଡାହାତୀକୁ ପିକନିକ୍ ପାଇଁ ଆସିଥିଲା। ସନ୍ଧ୍ୟାରେ କଟକ ଅଭିମୁଖେ ଯାଉଥିବା ବେଳେ ତପ୍ତପାଣି ଘାଟି ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସ୍ ଟି ରାସ୍ତାକଡକୁ ଓଲଟି ପଡିଥିଲା। ଫଳରେ ୩୫ରୁ ଅଧିକ ବିଦ୍ୟାର୍ଥୀ ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣା ଘଟିବା ପରେ ବସ୍ ଡ୍ରାଇଭର ସେଠାରୁ ଚମ୍ପଟ ମାରିଛି। ପାଟପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।