ଗୋରଖପୁର-କୋଲକାତା ପୂଜା ସ୍ପେସିଆଲ ଟ୍ରେନ ଲାଇନଚ୍ୟୁତ

ଗୋରଖପୁର-କୋଲକାତା ପୂଜା ସ୍ପେସିଆଲ ଟ୍ରେନ ଲାଇନଚ୍ୟୁତ

ଗୋରଖପୁର-କୋଲକାତା ପୂଜା ସ୍ପେସିଆଲ ଟ୍ରେନ ଲାଇନଚ୍ୟୁତ
ପାଟନା : ପାର୍ବଣ ଋତୁକୁ ଆଖି ଆଗରେ ରଖି ଚଳାଯାଉଥିବା ଏକ ସ୍ୱତନ୍ତ୍ର ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ଗୋରଖପୁରରୁ କୋଲକାତା ଯାଉଥିବା ପୂଜା ସ୍ପେଶାଲ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ବିହାରର ସିଲାଉଟ ଏବଂ ସିହୋ ମଧ୍ୟରେ ଟ୍ରେନର ବଗି ଦୁଇଟି ଲାଇନଚ୍ୟୁତ ହୋଇଛି । ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କେହି ମୃତାହତ ହୋଇନଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ପାର୍ବଣ ଋତୁର ଭିଡକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଅକ୍ଟୋବର ୨୦ରୁ ନଭେମ୍ବର ୩୦ ମଧ୍ୟରେ ୧୯୬ ଟି ଟ୍ରେନର ଘୋଷଣା କରାଯାଇଥିଲା ।