ଗୋରୁ ବେପାରୀଙ୍କୁ ଗୁଳି, ନେଇଗଲେ ୨୦ ଲକ୍ଷ
ଗୋରୁ ବେପାରୀଙ୍କୁ ଗୁଳି, ନେଇଗଲେ ୨୦ ଲକ୍ଷ
ବାଲେଶ୍ବର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ସାପ୍ତାହିକ ଗୋରୁହାଟରେ ଘଟିଛି ଅଭାବନୀୟ ଘଟଣା। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଗୋରୁ ବେପାରୀଙ୍କ ମୃତ୍ୟୁ ଘଟିଛି। ଗୋରୁ ବେପାରୀ ଜଣଙ୍କ ହେଲେ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଅଞ୍ଚଳ ଚିଚଳା ଗାଁର ଶେଖ ଜାମସେଦ ଅଲ୍ଲୀ।
ଆଜି ସକାଳେ ଶେଖ ଜାମସେଦ ଅଲିଙ୍କ ସମେତ ୫ଜଣ ପଶ୍ଚିମବଙ୍ଗର ଗୋରୁ ବେପାରୀ ବାଦଡା ସାପ୍ତାହିକ ଗୋରୁହାଟକୁ ଗୋରୁ କିଣିବାକୁ ଆସିଥିଲେ। ଏହି ୬ଜଣ ବେପାରୀ ହାଟରେ ଠିଆ ହୋଇଥିବା ବେଳେ ୪ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଶେଖ ଜାମସେଦଙ୍କ ଉପରେ ଗୁଳି ଚଳାଇଥିଲେ। ପରେ ତାଙ୍କ ପାଖରୁ ୨୦ ଲକ୍ଷ ଟଙ୍କା ନେଇ ସେଠାରୁ ଚମ୍ପଟ ମାରିଥିଲେ। ଅନ୍ୟ ୫ ଜଣ ଗୋରୁ ବେପାରୀଙ୍କର କିଛି ହୋଇ ନାହିଁ।
ଶେଖ ଜାମସେଦ ଅଲିଙ୍କ ପାଖରେ ୨୦ ଲକ୍ଷ ଟଙ୍କା ଥିବା ଦୁର୍ବୃତ୍ତମାନେ କୌଣସି ସୂତ୍ରରୁ ଜାଣିପାରିଥିଲେ। ସେମାନେ ହଠାତ୍ ଆସି ତାଙ୍କ ଉପରେ ଗୁଳି ଚଳାଇଥିବା ଜଣାଯାଇଛି।
ରାଇରଙ୍ଗପୁର ଏସଡିପିଓ ରତିକାନ୍ତ ଗିରି ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଟଣାସ୍ଥଳରୁ ଅଫୁଟା ଗୁଳି ମଧ୍ୟ ଜବତ କରିଛି ।




admin 