ଗୁରୁ ଦିବସ ଅବସରରେ ଗୁଗୁଲ୍ର ସ୍ବତନ୍ତ୍ର ଡୁଡୁଲ୍

ଗୁରୁ ଦିବସ ଅବସରରେ ଗୁଗୁଲ୍ର ସ୍ବତନ୍ତ୍ର ଡୁଡୁଲ୍

ଗୁରୁ ଦିବସ ଅବସରରେ ଗୁଗୁଲ୍ର ସ୍ବତନ୍ତ୍ର ଡୁଡୁଲ୍
ନୂଆଦିଲ୍ଲୀ : ଆଜି ସେପ୍ଟେମ୍ବର ୫ ତାରିଖକୁ ସାରା ଭାରତରେ ଗୁରୁ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିନ ପୂର୍ବତନ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣିଙ୍କ ଜନ୍ମଦିବସ । ଗୁରୁଦିବସ ଉପଲକ୍ଷେ ଗୁଗୁଲ୍ ଏକ ସ୍ବତନ୍ତ୍ର ଡୁଡୁଲ୍ ପ୍ରସ୍ତୁତ କରିଛି । ଏହି ଡୁଡୁଲ୍ ଜରିଆରେ ଆପଣ ସ୍କୁଲ ଦିନର ସ୍ମୃତିକୁ ତାଜା କରିପାରିବେ । ଗୁଗୁଲ୍ ପ୍ରସ୍ତୁତ କରିଥିବା ଡୁଡୁଲ୍ରେ ପୁସ୍ତକ, ଲାପଟପ୍, ସ୍କେଲ୍, ପ୍ରଜାପତି, ମୁଖା, କଲରବୋର୍ଡ, ସ୍କୁଲ ଘଣ୍ଟି, ପୃଥିବୀ ଓ ଇଲେକ୍ଟ୍ରି ବଲବ୍ ତଥା ଅନ୍ୟ ବିଷୟ ସହିତ ସମ୍ପର୍କିତ କିଛି ବସ୍ତୁକୁ ଦେଖାଯାଇଛି ।ଗୁଗୁଲ୍ର ଏହି ଡୁଡୁଲ୍ ଛାତ୍ର ଜୀବନରେ ଶିକ୍ଷକଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରିଛି । ଗୁଗୁଲ୍ର ଏହ ଡୁଡୁଲ୍ ଉପରେ କ୍ଲିକ୍ କଲେ ସ୍କୁଲ ସମ୍ପର୍କରେ ସମସ୍ତ ତଥ୍ୟ ନଜରକୁ ଆସୁଛି । ଏହା ସହିତ ସମାଜ ସେବାରେ ଶିକ୍ଷକଙ୍କ ଯୋଗଦାନକୁ ଦେଖି ଶିକ୍ଷକକୁ ପ୍ରଶଂସା କରିଛି ଗୁଗୁଲ୍ । ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣ ଭାରତରପ୍ରଥମ ଉପରାଷ୍ଟ୍ରପତି ଓ ଦ୍ବିତୀୟ ରାଷ୍ଟ୍ରପତି ଥିଲେ । ସେ ଜଣେ ମହାନ ଦାର୍ଶନିକ, ଆଦର୍ଶ ଶିକ୍ଷକ, ବିଦ୍ବାନ ଓ ରାଜନେତା ଥିଲେ । ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସରକାର ସର୍ବୋଚ୍ଚ ନାଗରିକସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିଥିଲେ ।