ମୋଦି ମୋର ଭଲ ବନ୍ଧୁ, ଭାରତୀୟ ମାନେ ମୋତି ହିଁ ଭୋଟ କରିବେ : ଟ୍ରମ୍ପ

ମୋଦି ମୋର ଭଲ ବନ୍ଧୁ, ଭାରତୀୟ ମାନେ ମୋତି ହିଁ ଭୋଟ କରିବେ : ଟ୍ରମ୍ପ

ମୋଦି ମୋର ଭଲ ବନ୍ଧୁ, ଭାରତୀୟ ମାନେ ମୋତି ହିଁ ଭୋଟ କରିବେ : ଟ୍ରମ୍ପ
ନ୍ୟୁୟର୍କ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସରତ ଅଛନ୍ତି । ମୋଦି ତାଙ୍କର ଭଲ ବନ୍ଧୁ ଏବଂ ଆମେରିକାର ଭାରତୀୟ ମାନେ ତାଙ୍କୁ ହିଁ ଭୋଟ କରିବେ ବୋଲି ଟ୍ରମ୍ପ ଶୁକ୍ରବାର ମତ ଦେଇଛନ୍ତି । ଆସନ୍ତା ନଭେମ୍ବର ୩ରେ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କୁ ପରାଜିତ କରିବା ନେଇ ଟ୍ରମ୍ପ ଦୃଢୋକ୍ତି ପ୍ରକାଶ କରିଛନ୍ତି । ମୋଦି ଭଲ କାମ କରୁଛନ୍ତି ବୋଲି ମତ ଦେବା ସହିତ ସେପ୍ଟେମ୍ବରରେ ମୋଦିଙ୍କ ସହିତ ହାଉଡି ମୋଦିର ଅନୁଭବ ସମ୍ପର୍କରେ ବର୍ଣ୍ଣନା କରିଥିଲେ ଟ୍ରମ୍ପ । ହଷ୍ଟନର ଏନଆରଜି ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ମାନେ ଅତ୍ୟନ୍ତ ଉତ୍ସାହର ସହିତ ଯୋଗ ଦେଇଥିଲେ । ପୂର୍ବରୁ ଭାରତୀୟ ଭୋଟର ମାନେ ଡେମୋକ୍ରାଟିକ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ବେଳେ ହାଉଡି ମୋଦି କାର୍ଯ୍ୟକ୍ରମ ପରେ ଭାରତୀୟ ଭୋଟର ଧୀରେ ଧୀରେ ରିପବ୍ଲିକାନ ଦଳ ଆଡକୁ ଆକର୍ଷିତ ହେଉଛନ୍ତି ବୋଲି ଟ୍ରମ୍ପ କହିଛନ୍ତି । ଏଏପିଆଇ ତଥ୍ୟ ଅନୁଯାୟୀ ୮୫ ପ୍ରତିଶତ ଭାରତୀୟ ଭୋଟର ଡେମୋକ୍ରାଟିକ ଦଳକୁ ଭୋଟ ଦେଇଥିଲେ । ଆମେରିକାରେ ପ୍ରାୟ ୧ ପ୍ରତିଶତ ଭାରତୀୟ ନାଗରିକ ରହିଥିବା ବେଳେ ଉଭୟ ଦଳଙ୍କ ପକ୍ଷରୁ ଭାରତୀୟ ଭୋଟରଙ୍କୁ ଆକର୍ଷିତ କରିବାର ପ୍ରୟାସ କରାଯାଉଛି । ଡେମୋକ୍ରାଟିକ ଦଳ ପକ୍ଷରୁ କମଲା ହ୍ୟାରିସଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବା ବେଳେ ମିଚିଗାନ, ପେନସିଲଭାନିଆ ଏବଂ ଓହିଓରେ ମୁକାବିଲା ଜୋରଦାର ହେବା ନେଇ ଅନୁମାନ କରାଯାଉଛି ।