ଗଣମାଧ୍ୟମକୁ ସରକାରୀ ବାବୁଙ୍କ ପ୍ରତିକି୍ରୟା ଉପରେ କଟକଣା

ଗଣମାଧ୍ୟମକୁ ସରକାରୀ ବାବୁଙ୍କ ପ୍ରତିକି୍ରୟା ଉପରେ କଟକଣା

ଗଣମାଧ୍ୟମକୁ ସରକାରୀ ବାବୁଙ୍କ ପ୍ରତିକି୍ରୟା ଉପରେ କଟକଣା
ଭୁବନେଶ୍ୱର: ଗଣମାଧ୍ୟମରେ ନିଜ ଇଚ୍ଛାରେ କୌଣସି ମନ୍ତବ୍ୟ ଦେଇପାରିବେନି ସରକାରୀ ବାବୁ । କୌଣସି ପ୍ରସଙ୍ଗରେ ନିଜର ମତ ବି ଲେଖିପାରିବେନି । ଏ ନେଇ ସରକାର କଟକଣା ଜାରି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗର ସଚିବ, ସ୍ୱତନ୍ତ୍ର ସଚିବ, ସବୁ ଆରଡିସି ଓ ଜିଲ୍ଲାପାଳଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖାଯାଇଛି । ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ସଂହିତା ୧୯୫୯ କୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତଙ୍କୁ ତାଗିଦ କରାଯାଇଛି । ଏହି ଚିଠିରେ ଦର୍ଶାଯାଇଛି ସରକାରୀ କର୍ମଚାରୀଙ୍କ ପାଇଁ ଆଚରଣ ସଂହିତାକୁ ନ ମାନି କିଛି ସରକାରୀ କର୍ମଚାରୀ ଖବର କାଗଜ, ଟିଭି, ସୋସିଆଲ ମିଡିଆରେ ବିବୃତି ଦେଉଥିବାର ଲକ୍ଷ୍ୟ କରାଯାଉଛି । ଓଡ଼ିଶା ସରକାରୀ କର୍ମଚାରୀଆଚରଣ ସଂହିତା ୧୯୫୯ ର ରୁଲ-୭ରେ ସରକାରଙ୍କୁ ସମାଲୋଚନା, କେନ୍ଦ୍ର ରାଜ୍ୟ ସମ୍ପର୍କ ଉପରେ ସରକାରୀ ବିଭାଗ କୌଣସି ମତ ଦେବା କିମ୍ବା ଲେଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । କେବଳ ଯେଉଁମାନଙ୍କୁ ସରକାର ଅନୁମତି ଦେଇଥିବେ, ସେହିମାନେ ହିଁ ମତ ଦେଇପାରିବେ କିମ୍ବା ଲେଖିପାରିବେ । ୨୦୧୭ ଜୁନ ମାସରେ ମଧ୍ୟ ଏହି ଆଚରଣ ସଂହିତା ସମ୍ପର୍କରେ ସବୁ ବିଭାଗକୁ ସଚେତନ କରାଯାଇଥିଲା । ତେଣୁ ନିଜ ନିଜ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯେପରି ଆଚରଣ ସଂହିତାକୁ ମାନିବେ, ସେ ଦିଗରେ ଯତ୍ନବାନ ହେବାକୁ ସଚିବ ଓ ଜିଲ୍ଲାପାଳଙ୍କୁ କୁହାଯାଇଛି । ନିୟମିତ ବ୍ୟବଧାନରେ ଏହାର ସମୀକ୍ଷା ହେବ ଓ ଆଚରଣ ସଂହିତା ମାନୁ ନଥିବା କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ଚେତାଇ ଦେଇଛି ।