ଖାଇବା ପରେ ଏମିିତି କରନ୍ତୁ ରହିବେ ଫିଟ୍
ଖାଇବା ପରେ ଏମିିତି କରନ୍ତୁ ରହିବେ ଫିଟ୍

ଆଜିକାଲି ସମସ୍ତ ଲୋକ ଘର ଅଫିସ୍ ଏବଂ କ୍ୟାରିୟର ମଧ୍ୟରେ ଫସି ରହୁଛନ୍ତି। ଯେଉଁ କାରଣରୁ ନିଜ ପାଇଁ ସମୟ ପାଉ ନାହାଁନ୍ତି। ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଉଛି। ଏଥି ସହିତ, ସୁସ୍ଥ ରହିବା ପାଇଁ ଫିଜିକାଲି ଆକ୍ଟିଭ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଖାଦ୍ୟ ଖାଇବା ପରେ। ଅଧିକାଂଶ ଲୋକ ଖାଇବା ପରେ ତୁରନ୍ତ କାମ କରିବା ଆରମ୍ଭ କରନ୍ତି କିମ୍ବା ଶୋଇବାକୁ ଯାଆନ୍ତି। ଏହି କାରଣରୁ ଖାଦ୍ୟ ଭଲ ଭାବରେ ହଜମ ହୁଏ ନାହିଁ। ଯେଉଁଥିପାଇଁ ଆପଣଙ୍କ ହଜମ ପ୍ରକ୍ରିୟା ଦୁର୍ବଳ ହେବାକୁ ଲାଗେ। ତେଣୁ ଯଦି ଆପଣ ସର୍ବଦା ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ଖାଦ୍ୟ ଖାଇବା ପରେ ନିଶ୍ଚିତ ଭାବରେ ନିଜ ପାଇଁ ୨୦ ମିନିଟ୍ ବାହାର କରନ୍ତୁ। ଏହି ସମୟ ମଧ୍ୟରେ ନିଜକୁ ସକ୍ରିୟ ରଖନ୍ତୁ । ଆସନ୍ତୁ ଜାଣିବା ଆପଣ ନିଜକୁ କିପରି ଫିଟ୍ ରଖିପାରିବେ।
ଚାଲିବା :
ଚାଲିବା ମଧ୍ୟ ଏକ ପ୍ରକାର ଏକ୍ସରସାଇଜ୍। ଏହା ଦ୍ୱାରା ଆପଣ ଫିଜିକାଲି ଆକ୍ଟିଭ୍ ରହିବେ। ସେଥିପାଇଁ ଖାଦ୍ୟ ଖାଇବା ପରେ ଚାଲିବାକୁ ସର୍ବଦା ପରାମର୍ଶ ଦିଆଯାଇଥାଏ। ଖାଦ୍ୟ ଖାଇବା ପରେ ଚାଲିବା ଦ୍ୱାରା ଖାଦ୍ୟ ହଜମ ହେବା ସହଜ ହୋଇଥାଏ। ହଜମ ପ୍ରକ୍ରିୟା ଉପରେ ଅଧିକ ଚାପ ପଡେ ନାହିଁ। ଖାଦ୍ୟ ଖାଇବା ପରେ ଚାଲିବା ଦ୍ୱାରା ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ସମସ୍ୟାକୁ ଏଡାଯାଇପାରିବ। ସେଥିପାଇଁ ଖାଦ୍ୟ ଖାଇବା ପରେ ଆପଣ ପ୍ରତିଦିନ ୧୫ ମିନିଟ୍ ଚାଲିବା ଆବଶ୍ୟକ।
ଆଡମିଣ୍ଟାଇନ୍ ପୋଜ୍ :
ଖାଦ୍ୟ ଖାଇବା ପରେ ଆପଣ ଆଡମିଣ୍ଟାଇନ୍ ପୋଜରେ ମଧ୍ୟ ବସିପାରିବେ। ଆଡମିଣ୍ଟାଇନ୍ ପୋଜରେ ବସିବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୁଏ । ଭୋଜନ ପରେ ଏହା ସର୍ବୋତ୍ତମ ବ୍ୟାୟାମ ବୋଲି ବିବେଚନା କରାଯାଏ।
ସୁଖାସନ :
ଆପଣ ସୁଖାସାନରେ ବସି ଖାଦ୍ୟ ହଜମ କରିପାରିବେ। କିନ୍ତୁ ଖାଇବା ପରେ କେବଳ ୫ ରୁ ୧୦ ମିନିଟ୍ ପର୍ୟ୍ୟନ୍ତ ସୁଖାସାନରେ ବସିବା ଉଚିତ୍ । ଏହା ପରେ ଚାଲିବା ଉଚିତ୍। ଏହା କରିବା ଦ୍ୱାରା ଆପଣଙ୍କ ଶରୀରରେ ଶକ୍ତି ସ୍ତର ବୃଦ୍ଧି ପାଇଥାଏ ଏବଂ ଆପଣ ସର୍ବଦା ସକ୍ରିୟ ରହିବେ। ଏହା ବ୍ୟତୀତ ଆପଣ ପେଟ ସମ୍ବନ୍ଧୀୟ ରୋଗରୁ ମଧ୍ୟ ଦୂରେଇ ରଖିଥାଏ।