କ୍ୟାନସର ସହ ଲଢ଼ି ଶେଷରେ ଜୀବନ ହାରିଲେ ଅଭିନେତ୍ରୀ ରାଜେଶ୍ୱରୀ

କ୍ୟାନସର ସହ ଲଢ଼ି ଶେଷରେ ଜୀବନ ହାରିଲେ ଅଭିନେତ୍ରୀ ରାଜେଶ୍ୱରୀ

କ୍ୟାନସର ସହ ଲଢ଼ି ଶେଷରେ ଜୀବନ ହାରିଲେ ଅଭିନେତ୍ରୀ ରାଜେଶ୍ୱରୀ


ଭୁବନେଶ୍ୱର: ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ଦେହାନ୍ତ । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପଟାଲରେ ତାଙ୍କର ପରଲୋକ ହୋଇଛି ।

୨୦୧୯ ମସିହାରୁ କ୍ଯାନସରରେ ପୀଡିତ ଥିବା ସେ ଜାଣିବାକୁ ପାଇଥିଲେ । ମସ୍ତିଷ୍କ ଓ ଫୁସଫୁସ୍ କ୍ଯାନସରରେ ପୀଡିତ ଥିବା ରାଜେଶ୍ୱରୀ ସଂଘର୍ଷ କରି କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ତେବେ ଓଡିଆ ଟେଲି ଜଗତର ଜଣେ ଜଣାଶୁଣା ଖଳ ଅଭିନେତ୍ରୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ରାଜେଶ୍ୱରୀ ।