କେଭି-୧ ସ୍କୁଲରେ ଜଣେ ଛାତ୍ରଙ୍କୁ କରୋନା ପଜିଟିଭ

କେଭି-୧ ସ୍କୁଲରେ ଜଣେ ଛାତ୍ରଙ୍କୁ କରୋନା ପଜିଟିଭ

କେଭି-୧ ସ୍କୁଲରେ ଜଣେ ଛାତ୍ରଙ୍କୁ କରୋନା ପଜିଟିଭ
ଭୁବନେଶ୍ୱର : ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ ର ଜଣେ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରୀୟ ବିଦ୍ୟାଳୟ-୧ ଭାଇସ୍ ପ୍ରିନ୍ସିପାଲ ଉପେନ୍ଦ୍ର ସିଂଙ୍କ ସୂଚନା ଦେଇଛନ୍ତି । ପୂର୍ବରୁ ଛାତ୍ରଙ୍କ ବାପା କରୋନା ପଜିଟିଭ ଆକ୍ରାନ୍ତ ହୋଇଥିଲେ ବୋଲି ଭାଇସ୍ ପ୍ରିନ୍ସିପାଲ କହିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟରେ ଆକ୍ରାନ୍ତ ଚିହ୍ନଟ ପରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଭିତରେ କୋକୁଆ ଭୟ ଅନୁଭୂତ ହୋଇଛି । ଭାଇସ୍ ପ୍ରିନ୍ସିପାଲ କହିଛନ୍ତି ଯେ , ଛାତ୍ର ଜଣକ ଗତ ଶନିବାର ଗୋଟିଏ ଦିନ ପରୀକ୍ଷା ଦେବାକୁ ସ୍କୁଲ ଆସିଥିଲେ । ଲକ୍ଷଣ ଦେଖାଦେବାରୁ ଟେଷ୍ଟ କରାଯାଇଥିଲା, ତାଙ୍କ ନମୁନା ପଜିଟିଭ ବାହାରିଲା । ଛାତ୍ରଙ୍କ କଂଟାକ୍ଟ ଟ୍ରେସିଂ ଜାରି ରହିଛି , ଆବଶ୍ୟକ ପଦକ୍ଷେପ ନିଆଯିବ । ଆଜି ବିଦ୍ୟାଳୟର ଅନ୍ର ଛାତ୍ରଛାତ୍ରୀଙ୍କ ନମୁନାା ପରୀକ୍ଷା କରିବ ବିଏମସି ବୋଲି ଭାଇସ ପ୍ରିନ୍ସିପାଲ କହିଛନ୍ତି ।