କେନ୍ଦ୍ରମନ୍ତ୍ରୀଙ୍କ ନିକଟେ ରାଜ୍ୟର ଦାବି ଜଣାଇଲେ ବିଜେଡି ସାଂସଦ
କେନ୍ଦ୍ରମନ୍ତ୍ରୀଙ୍କ ନିକଟେ ରାଜ୍ୟର ଦାବି ଜଣାଇଲେ ବିଜେଡି ସାଂସଦ
ଭୁବନେଶ୍ୱର : ସଂସଦର ମୌସୁମୀ ଅଧିବେଶନ ଜାରିରହିଛି । ଗୋଟିଏ ପଟେ ହଟ୍ଟଗୋଳ ଯୋଗୁଁ ସଂସଦର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାବେଳେ ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ବିଜେଡ଼ି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ରାଜ୍ୟର ଦାବି ଉପସ୍ଥାପନ କରୁଥିବା ଦେଖିବାକୁ ମିଳିଛି ।
ଏହି କ୍ରମରେ ଆଜି ଲୋକସଭା ଓ ରାଜ୍ୟସଭାର ବିଜେଡ଼ି ସାଂସଦମାନେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟିଛନ୍ତି । ଖାଦ୍ୟ ରିହାତି ବାବଦରେ ଓଡ଼ିଶା ପାଇବାକୁ ଥିବା ଟଙ୍କା ଦେବା ପାଇଁ ସେମାନେ ଦାବି କରିବା ସହ ଅଖା ବସ୍ତା ଅଭାବ ଓ ରାଜ୍ୟର ଅତିରିକ୍ତ ଚାଉଳ ଉଠାଇବା ପାଇଁ ମଧ୍ୟ ଦାବି ଉପସ୍ଥାପନ କରିଛନ୍ତି । ଏହି ସଂସଦୀୟ ଦଳରେ ସାଂସଦ ସର୍ବଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର, ମୁନ୍ନା ଖାଁ, ସୁବାସ ସିଂ, ଅନୁଭବ ମହାନ୍ତି, ସୁଜିତ କୁମାର ପ୍ରମୁଖ ସାମିଲ ହୋଇଥିଲେ ।




admin 