ଚୁମ୍ବନ ସିନ ପାଇଁ ଲାଗିଲା ୩ ଦିନ, କାରଣ ଜାଣିଲେ ହୋସ୍ ଉଡିଯିବ

ଚୁମ୍ବନ ସିନ ପାଇଁ ଲାଗିଲା ୩ ଦିନ, କାରଣ ଜାଣିଲେ ହୋସ୍ ଉଡିଯିବ

ଚୁମ୍ବନ ସିନ ପାଇଁ ଲାଗିଲା ୩ ଦିନ, କାରଣ ଜାଣିଲେ ହୋସ୍ ଉଡିଯିବ

ଅମିର ଖାନ ଓ କରିସ୍ମା କପୁରଙ୍କ ଫିଲ୍ମ ରାଜା ହିନ୍ଦୁସ୍ତାନୀ ମୁକ୍ତିଲାଭକୁ ୨୪ ବର୍ଷ ବିତିଛି । ଏହି ଅବସରରେ ନିଦେ୍ର୍ଧଶକ ଧର୍ମେଶ ଫିଲ୍ମର ଚୁମ୍ବନ ଦୃଶୃ ସହ ଯୋଡ଼ି ହୋଇଥିବା ଏକ କଥା ବୟାନ କରିଛନ୍ତି । ସେତେବେଳେ ଏହି ଚଳଚ୍ଚିତ୍ରର ଚୁମ୍ବନ ଦୃଶ୍ୟକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଧର୍ମେଶ କହିଛନ୍ତି, ଏହି ଫିଲ୍ମ ୩ ଘଣ୍ଟା ୨୦ ମିନିଟ ଅବଧିରେ ଥିଲେ ହହେଁ ଏଥିରୁ ୨୦ ମିନିଟ କାଟି ଦିଆଯାଇଥିଲା । କରିସ୍ମା ଏହି ଚୁମ୍ବନ ଦୃଶ୍ୟ ବାବଦରେ ମତ ରଖି କହିଥିଲେ, ଏହା ସେତେବେଳେ ତାଙ୍କ ପାଇଁ ଆହ୍ୱାନମୂଳକ ନିଷ୍ପତ୍ତି ଥିଲା । ଏହି ଚୁମ୍ବନ ଦୃଶ୍ୟ ଆଜି ବି ଦର୍ଶକଙ୍କ ହୃଦୟରେ ରହିଛି । ମାତ୍ର ଏହା କରିବା ପାଇଁ ମୋ ଅବସ୍ଥା କ’ଣ ହୋଇଥିଲା, ତାହା କେବଳ ମୁଁ ଜାଣିଛି ବୋଲି କରିସ୍ମା କହିଥିଲେ । କିଛି ମିନିଟର ଏହି ଚୁମ୍ବନ ଦୃଶ୍ୟ ପାଇଁ ୩ ଦିନ ସମୟ ଲାଗିଥିଲା । ଏହା ଉଟିରେ ଶୀତ ଦିନେ ସୁଟିଂ କରାଯାଇଥିଲା ।