କୃଷକ ମାନଙ୍କୁ ଶୀତ ବସ୍ତ୍ର ଯୋଗାଇ ଦେଲେ କଣ୍ଠଶିଳ୍ପୀ ଦିଲଜିତ୍

କୃଷକ ମାନଙ୍କୁ ଶୀତ ବସ୍ତ୍ର ଯୋଗାଇ ଦେଲେ କଣ୍ଠଶିଳ୍ପୀ ଦିଲଜିତ୍

କୃଷକ ମାନଙ୍କୁ ଶୀତ ବସ୍ତ୍ର ଯୋଗାଇ ଦେଲେ କଣ୍ଠଶିଳ୍ପୀ ଦିଲଜିତ୍
କୃଷି ଆଇନ ମାମଲାରେ ପଞ୍ଜାବର ଚାଷୀ ଆନ୍ଦୋଳନ ଦିଲ୍ଲୀରେ ବହୁ ଦିନ ଧରି ଜାରି ରହିଛି । ଦାବି ପୂରଣ ପାଇଁ କୃଷକମାନେ ଅଡ଼ି ବସିଛନ୍ତି । ଗୋଟିଏ ପଟେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ କୃଷକ ମାନଙ୍କୁ ସମର୍ଥନ କରି ବିବାଦ ଘେରକୁ ଆସିଥିଲେ କଣ୍ଠଶିଳ୍ପୀ-ଅଭିନେତା ଦିଲଜିତ୍ ଦୋସାଞ୍ଜ। ଉକ୍ତ ଘଟଣାକୁ ନେଇ ବଲିଉଡ ଆକ୍ଟର ଦିଲଜିତ ଦୋସାଞ୍ଜ ଏବଂ କଙ୍ଗନା ରନୌତଙ୍କ ମଧ୍ୟରେ ଗୁରୁବାର ଟ୍ୱିଟରରେ ଜବରଦସ୍ତ ଯୁଦ୍ଧ ଦେଖିବାକୁ ମିଳିଥିଲା । ତେବେ ଏହାରି ଭିତରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ଶୀତ ପୋଷାକ ଦେବା ପାଇଁ ୧କୋଟି ଟଙ୍କା ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ଦିଲଜିତ୍ ଦୋସାଞ୍ଜ । ଆନ୍ଦୋଳନ କରୁଥିବା କୃଷକ ମାନଙ୍କୁ ଶୀତଦାଉ ରୁ ରକ୍ଷା କରିବା ପାଇଁ ଦିଲିଜିତ୍ ୧କୋଟି ଟଙ୍କା ଦାନ କରିଛନ୍ତି । ଏହି ଘଟଣାକୁ କଣ୍ଠଶିଳ୍ପୀ ସିଙ୍ଗା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି। ଖାଲି ସେତିକି ନୁହେଁ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ଧନ୍ୟବାଦ ଭାଇ ଆପଣ କୃଷକମାନଙ୍କୁ ଶୀତ ପୋଷାକ ଦେବା ପାଇଁ ୧କୋଟି ଟଙ୍କା ଦେଇଛନ୍ତି ଏବଂ କେହି ଏ ବିଷୟରେ ଜାଣି ନାହିଁ। ଆପଣ ଏଭଳି ମହାନ କାମ କରି ମଧ୍ୟ କାହାକୁ ଜଣାଇ ନାହାନ୍ତି। ସେପଟେ ଗତ ୧୧ ଦିନ ହେଲା ଖରା କାକରରେ ହଜାର ହଜାର କୃଷକ ରାଜରାସ୍ତାରେ ଅଛନ୍ତି। ସେମାନଙ୍କୁ ସନ୍ତୁଷ୍ଟ କରି ସ୍ଥିତି ସାମାନ୍ୟ କରିବାକୁ ସରକାର କଣ ରଣ କୈଶଳ ଆପଣାଇବେ ତାହା ଦେଖିବାକୁ ବାକି ରହିଲା।