ନିକଙ୍କୁ ଗାଳିଦେଲେ ପ୍ରିୟଙ୍କା, ଜାଣନ୍ତୁ କାହିଁକି

ନିକଙ୍କୁ ଗାଳିଦେଲେ ପ୍ରିୟଙ୍କା, ଜାଣନ୍ତୁ କାହିଁକି

ନିକଙ୍କୁ ଗାଳିଦେଲେ ପ୍ରିୟଙ୍କା, ଜାଣନ୍ତୁ କାହିଁକି
ଗ୍ଲୋବାଲ ତାରକା ଦମ୍ପତି ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସଙ୍କ ବିବାହକୁ ୨ ବର୍ଷ ପୂରଣ ହୋଇସାରିଛି । ବିବାହର ଦୁଇ ବର୍ଷ ହସ ଖୁସିରେ ସଂସାର ଚାଲିଥିବା ବେଳେ ଏବେ ପ୍ରିୟଙ୍କା, ନିକଙ୍କୁ ଗାଳିଗୁଲଜ କରି ଗାଡ଼ିରୁ ଓହ୍ଲାଇ ଦେଇଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଉଭୟଙ୍କ ଭିତରେ କିଛି ସମସ୍ୟା ଉପୁଜିଥିବା ଅନୁମାନ କରାଯାଉଛି । କିନ୍ତୁ ଏସବୁ ବାସ୍ତବରେ ନୁହେଁ, ରିଲ ଲାଇଫର କଥା । କଥା କ’ଣ ଅଛି କି, ପ୍ରିୟଙ୍କା ଓ ନିକ ନିଜର ଆଗାମୀ ଚଳଚ୍ଚିତ୍ରରେ ସୁଟିଂରେ ବ୍ୟସ୍ତ ଅଛନ୍ତି । ଚଳଚ୍ଚିତ୍ରର ଏକ ଦୃଶ୍ୟ ଅନୁଯାୟୀ, ଉଭୟଙ୍କ ମଧ୍ୟରେ କିଛି ସମସ୍ୟା ସୃଷ୍ଟି ହୋଇଛି ଓ ଯେଉଁଥିପାଇଁ ପ୍ରିୟଙ୍କା ଗାଳି ଗୁଲଜନ କରି ନିକଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଛନ୍ତି ।