ଜାନୁଆରୀରୁ ହେଲମେଟ ନିୟମ କଡ଼ାକଡ଼ି

ଜାନୁଆରୀରୁ ହେଲମେଟ ନିୟମ କଡ଼ାକଡ଼ି

ଜାନୁଆରୀରୁ ହେଲମେଟ ନିୟମ କଡ଼ାକଡ଼ି
ଭୁବନେଶ୍ୱର: ଏଣିକି ବାଇକ ପଛରେ ବସୁଥିବା ବ୍ୟକ୍ତିଙ୍କୁ ହେଲମେଟ ପିନ୍ଧିବାକୁ ପଡ଼ିବ । ଏନେଇ ତାଗିଦ କରିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପ୍ରାୟତଃ ଆସନ୍ତା ଜାନୁଆରୀରୁ ଏହି ନିୟମ କଡ଼ାକଡ଼ି କରାଯିବ । ଏବେ ସଚେତନତା ଚାଲିଛି । ଏହା ପରେ ସବୁ ନିୟମ କଡ଼ାକଡ଼ି ହେବ । ୨୦୧୯ରୁ କେନ୍ଦ୍ର ସରକାର ନୂଆ ପରିବହନ ଆଇନ ଲାଗୁ କରିଛନ୍ତି । କରୋନା ପାଇଁ ନିୟମ କୋହଳ ହୋଇଥିଲା । ତେବେ ନିୟମ କଡ଼ାକଡ଼ି କରିବାକୁ ସୁପ୍ରିମକୋର୍ଟ ତାଗିଦ କଲେଣି । ଏଣିକି ବାଇକ ପଛରେ ବସୁଥିବା ବ୍ୟକ୍ତିଙ୍କୁ ହେଲମେଟ ପିନ୍ଧିବାକୁ ପଡ଼ିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ସଡ଼କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ପ୍ରକାଶ ଯେ, ପ୍ରଥମେ ବାଇକ ଚାଳକ ହେଲମେଟ ନପିନ୍ଧିଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ବୋଲି କୁହାଯାଇଥିଲା । ତେବେ ଏଣିକି ବାଇକ ପଛରେ ବସିଥିବା ଲୋକ ବି ହେଲେମେଟ ପିନ୍ଧିବା ଜରୁରୀ । କାରଣ ପଛରେ ବସିଥିବା ଲୋକ ହେଲମେଟ ନପିନ୍ଧିଲେ ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ । ଉଭୟ ଚାଳକ ଓ ପଛରେ ପସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ଜରୁରୀ । ଉଭୟଙ୍କ ହେଲେମେଟ ନଥିଲେ ଲାଇସେନ୍ସ ସସପେଣ୍ଡ ହେବ ବୋଲି ଏସଟିଏ ପକ୍ଷରୁ ଗତକାଲି କୁହାଯାଇଥିଲା ।