କେଉଁ ପଂଚାୟତରେ ନିର୍ବାଚନ ହେବନି, ଆସିଲା ବଡ଼ ଖବର

କେଉଁ ପଂଚାୟତରେ ନିର୍ବାଚନ ହେବନି, ଆସିଲା ବଡ଼ ଖବର

କେଉଁ ପଂଚାୟତରେ ନିର୍ବାଚନ ହେବନି, ଆସିଲା ବଡ଼ ଖବର

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ନେଇ ଆସିଲା ବଡ଼ ଖବର । ଯେଉଁ ପଂଚାୟତରେ ନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା ଛନ୍ଦି ହୋଇଛି, ସେଭଳି ପଂଚାୟତରେ ଏବେ ହୋଇନପାରେ ନିର୍ବାଚନ । ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଯେଉଁ ସବୁ ପଂଚାୟତରେ ନିର୍ବାଚନ ପ୍ରକ୍ରିୟା ବିରୋଧରେ ହୋଇଥିବା ମାମଲାରେ ହାଇକୋର୍ଟ ରହିତାଦେଶ ଦେଇଥିବେ, ସେସବୁ ପଂଚାୟତକୁ ଏବେ ନିର୍ବାଚନରୁ ବାଦ୍ ଦିଆଯିବ । ଏଭଳି ପଂଚାୟତକୁ ବାଦ୍ ଦେଇ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଦିଗରେ ଆଗେଇବେ ରାଜ୍ୟ ନିର୍ବାଚନ କମିଶନ । ଏ ସଂକ୍ରାନ୍ତରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳମାନଙ୍କୁ ଜାନୁଆରୀ ୪ ତାରିଖରେ ଏକ ଚିଠି ଲେଖାଯାଇଛି ।

  ରାଜ୍ୟ ନିର୍ବାଚନ କମିଶନ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ଆଗାମୀ ପଂଚାୟତ ନିର୍ବାଚନ ସଂକ୍ରାନ୍ତରେ ହାଇକୋର୍ଟରେ ବହୁ ପିଟିସନ ଦାଖଲ ହୋଇଛି । କେତେକ ମାମଲାରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ପକ୍ଷଭୁକ୍ତ କରାଯାଇଛି । ମାତ୍ର ବହୁ ମାମଲାରେ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏଭଳି କ୍ଷେତ୍ରରେ କେଉଁ ମାମଲାରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି, ସେ ବାବଦରେ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ତଥ୍ୟ ନାହିଁଁ । ତେଣୁ ରହିତାଦେଶ ଲାଗିଥିବା ପଂଚାୟତଗୁଡ଼ିକର ତାଲିକା ନିର୍ବାଚନ କମିଶନଙ୍କୁ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ କମିଶନ ଚିଠି ମାଧ୍ୟମରେ ନିଦେ୍ର୍ଧଶ ଦେଇଛନ୍ତି । ଜିଲ୍ଲାର ଯେଉଁ ପଂଚାୟତ ନିର୍ବାଚନ ସଂକ୍ରାନ୍ତୀୟ ରହିତାଦେଶ ଅଛି, ତା’ର ତାଲିକା ୭ ତାରିଖ ଅପରାହ୍ନ ୪ଟା ସୁଦ୍ଧା ପଠାଇବେ ଜିଲ୍ଲାପାଳ । ଏହାକୁ ଆଧର କରି ନିର୍ବାଚନ କମିଶନ ପରବର୍ତ୍ତୀ ପଦକ୍ଷେପ ନେବେ ।  ସବୁଠୁ ବଡ଼ କଥା ହେଲା, ପଂଚାୟତ ନିର୍ବାଚନକୁ ନେଇ ବାରମ୍ବାର ସଂରକ୍ଷଣ ବଦଳିବା, ପଛୁଆବର୍ଗଙ୍କ ସଂରକ୍ଷଣ ବାଦ୍ ପଡ଼ିବା ପରେ ପଂଚାୟତ ନିର୍ବାଚନ ନେଇ ବିବାଦ ବଢ଼ିଛି । ବିଭିନ୍ନ ସ୍ଥାନରେ ସଂରକ୍ଷଣ ନେଇ ଲୋକେ ଆଇନର ଆଶ୍ରୟ ନେଇଛନ୍ତି । ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିବା କୁହାଯାଉଛି । 

  ସୂଚନାଯୋଗ୍ୟ, ଆସନ୍ତା ୭ ତାରିଖରେ ପଂଚାୟଜ ସଂରକ୍ଷଣ ନେଇ ଚୂଡ଼ାନ୍ତ ବିଜ୍ଞପ୍ତି ଓ ତାଲିକା ପ୍ରକାଶ ପାଇବ । ଏହାପରେ ରାଜ୍ୟ ନିର୍ବାଚନ କମିଶନ ପଂଚାୟତ  ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିବେ ।