୨୦୨୨ର ପ୍ରଥମ କ୍ୟାବିନେଟ ଆଜି
୨୦୨୨ର ପ୍ରଥମ କ୍ୟାବିନେଟ ଆଜି
ଭୁବନେଶ୍ୱର: ନୂଆବର୍ଷ ୨୦୨୨ର ପ୍ରଥମ କ୍ୟାବିନେଟ ବୈଠକ ଆଜି ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷର ଏହି ପ୍ରଥମ କ୍ୟାବିନେଟ ବୈଠକର ଗୁରୁତ୍ୱ ବେଶ୍ ଅଧିକ ରହିଛି । କାରଣ ଆଗକୁ ପଂଚାୟତ ନିର୍ବାଚନ । ୭ ତାରିଖ ପରେ କେବେ ବି ପଂଚାୟତ ନିର୍ବାଚନ ବିଜ୍ଞପ୍ତି ଜାରି ହୋଇପାରେ । ତେଣୁ ଭୋଟରଙ୍କ ମନ ଜିଣିବାକୁ ନବୀନ କ୍ୟାବିନେଟରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଅନୁମାନ କରାଯାଉଛି । ଜଳଯୋଗାଣ, ଭତ୍ତା କିମ୍ବା କୌଣସି ଗାଁ ସଡ଼କ ଆଦିକୁ ନେଇ କିଛି ପ୍ରକଳ୍ପ କିମ୍ବା ନିଷ୍ପତ୍ତି ଉପରେ ମୋହର ମାରିପାରେ କ୍ୟାବିନେଟ । ବୁଧବାର ଦିନ ୧୧ଟା ୪୫ ମିନିଟରେ ଏହି ବୈଠକ ହେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ବୈଠକ ହେବ । ପଂଚାୟତ ଭୋଟ ଆଗକୁ ଥିବାରୁ ନବୀନ କ୍ୟାବିନେଟରେ କି ନିଷ୍ପତ୍ତି ନେବେ, ତାହା ଉପରେ ସଭିଙ୍କ ନଜର ଅଟକିଛି ।




admin 