କୁକୁଡ଼ା ଖାଇଦେବାରୁ କୁକୁରଙ୍କୁ ଗୁଳି
କୁକୁଡ଼ା ଖାଇଦେବାରୁ କୁକୁରଙ୍କୁ ଗୁଳି
ଭୁବନେଶ୍ୱର: କୁକୁଡ଼ା ଖାଇ ଦେବାରୁ ୨ କୁକୁରଙ୍କୁ ଗୁଳି ମାରିଛନ୍ତି ଜଣେ ବ୍ୟବସାୟୀ। ଏଥିରେ ଗୋଟିଏ କୁକୁରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଟି ଗୁରୁତର । ଖବର ପାଇ ଏକ ସ୍ବେଚ୍ଛାସେବୀ ସଂସ୍ଥା ଘଟଣାସ୍ଥଳରେ ପହଞ୍ଚି କୁକୁର ୨ଟିକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଇଥିଲା। ହେଲେ ଗୋଟିଏ କୁକୁରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଟିକୁ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛି। ଏନେଇ ଗତକାଲି ସ୍ବେଚ୍ଛାସେବୀ ସଂସ୍ଥା ସେବା ହିଁ ସଂକଳ୍ପ ପକ୍ଷରୁ କୁକୁରକୁ ଗୁଳି ମାରିଥିବା ଅଭିଯୁକ୍ତ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଛି।
ଯାହା ଜଣାପଡିଛି, ଜାଗମରା ଅଞ୍ଚଳର କିତାବ ପଟ୍ଟନାୟକ ଓରଫ ବାବୁନାଙ୍କ ଦେଶୀ କୁକୁଡ଼ାକୁ ୨ଟି କୁକୁର ଝାମ୍ପି ନେଇଥିଲେ। ଏହା ଦେଖି ବାବୁନା ଘରୁ ଏକ ଏୟାରଗନ୍ ଆଣି କୁକୁର ୨ଟିକୁ ଗୁଳି କରିଥିଲେ। ଗୋଟିଏ କୁକୁରର ଛାତିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟଟି ସେଠାରୁ ଦୌଡ଼ି ପଳାଇବା ସମୟରେ ତାକୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଗୁଳି କରିଥିଲା। ମାତ୍ର ତା ପିଠି ପଟରେ ବାଜିବାରୁ ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଥିଲା।
ଥାନାରେ ଅଭିଯୋଗ ହେବା ପରେ ବାବୁନା ଘର ଛାଡ଼ି ଫେରାର୍ ହୋଇଥିବାବେଳେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।




admin 