ଦେଶରେ ୩ ଲକ୍ଷ ପାର କଲା କରୋନା ସଂକ୍ରମଣ

ଦେଶରେ ୩ ଲକ୍ଷ ପାର କଲା କରୋନା ସଂକ୍ରମଣ

ଦେଶରେ ୩ ଲକ୍ଷ ପାର କଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ  ୩ଲକ୍ଷ ୧୫ହଜାର ୧୧୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ୩ଲକ୍ଷରେ ପହଞ୍ଚିବା ପାଇଁ ୬ଦିନ ଲାଗିଥିବାବେଳେ ତୃତୀୟ  ଲହରରେ ମାତ୍ର ୨୩ଦିନରେ ଏହା ସମ୍ଭବ ହୋଇଛି । ଦୈନିକ ପଜିଟିଭ୍ ହାର ୧୫.୧୩ପ୍ରତିଶତକୁ ବୃଦ୍ଧି ପାଇଛି । 

 

ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୯ଲକ୍ଷ ପାର୍ କରିଛି । ଦେଶରେ ସକ୍ରିୟ ମାମଲା ରହିଛି ୧୯ଲକ୍ଷ ୨୪ହଜାର ୫୧ରେ ପହଞ୍ଚିଛି । ଏବେ ସୁଦ୍ଧା ମୋଟ ୩କୋଟି ୫୮ଲକ୍ଷ ୭ହଜାର ୨୯ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୪.୨୭ ପ୍ରତିଶତରେ ପହଞ୍ଚିଛି । ଏହା ସହିତ ଟିକାକରଣ ପ୍ରକ୍ରିୟା ମଧ୍ୟ  ଦ୍ରୁତ ବେଗରେ ଚାଲିଛି ।