କିସକୁ ୧୧ଲକ୍ଷ ଦାନ କଲେ ଅମିତାଭ

କିସକୁ ୧୧ଲକ୍ଷ ଦାନ କଲେ ଅମିତାଭ

କିସକୁ ୧୧ଲକ୍ଷ ଦାନ କଲେ ଅମିତାଭ
ଭୁବନେଶ୍ୱର : କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କ କାର୍ଯ୍ୟରେ ଅଭିଭୂତ ହୋଇ କିସ୍କୁ ସହାୟତାର ହାତ ବଢ଼ାଇଛନ୍ତି ବିଗ୍ "ବି' ଅମିତାଭ ବଚ୍ଚନ । ସେ କିସ୍କୁ ୧୧ଲକ୍ଷ ଟଙ୍କା ଦାନ କରିଛନ୍ତି । ଗତ ୧୫ ତାରିଖ କୌନ୍ ବନେଗା କରୋଡପତି (କେବିସି)ର କର୍ମବୀର ଅଧ୍ୟାୟରେ ଅମିତାଭଙ୍କ ସହ ଅଚୁ୍ୟତଙ୍କ ସାକ୍ଷାତ ହୋଇଥିଲା । କିସ୍ ମାଧ୍ୟମରେ ଶ୍ରୀ ସାମନ୍ତ ଜନଜାତି ପିଲାଙ୍କ ପାଇଁ ଏତେ ସବୁ କାର୍ଯ୍ୟ କରୁଥିବା ଅମିତାଭ ଜାଣିବାକୁ ପାଇଥିଲେ । ବହୁ ସଂଘର୍ଷ ଓ ଘାତ ପ୍ରତିଘାତ ମଧ୍ୟରେ ବଢ଼ି ଅଚୁ୍ୟତ ହଜାର ହଜାର ଜନଜାତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଜୀବନଜୀବିକା ନିଶ୍ଚିତ କରାଇ ପାରିଛନ୍ତି ଜାଣି ଅମିତାଭ ଅଭିଭୂତ ହୋଇଥିଲେ । ଏହି ସୋ' ସମୟରେ ସେ କିସ୍ ମାଧ୍ୟମରେ ହେଉଥିବା ବିଭିନ୍ନ କାର୍ଯ୍ୟ ସଂପର୍କରେ ଅବଗତ ହେବା ପରେ କିସ୍କୁ ନିଜ ବ୍ୟକ୍ତିଗତ ପାଣ୍ଠିରୁ ସହାୟତା ପ୍ରଦାନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହି ପ୍ରତିଶ୍ରୁତି ରକ୍ଷା କରି ବିଗ୍ ବି କିସ୍କୁ ୧୧ଲକ୍ଷ ଟଙ୍କା ଦାନ କରିଛନ୍ତି । ଅମିତାଭଙ୍କ ଏହି ମହାନତା ପାଇଁ ଶ୍ରୀ ସାମନ୍ତ ତାଙ୍କୁ କୃତଜ୍ଞତା ଜଣାଇବା ସହ କିସର ୩୦ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।