୫-ଟିକୁ ନୀତି ଆୟୋଗର ପ୍ରଶଂସା; ଶିକ୍ଷା ବ୍ୟବସ୍ଥାରେ ଆସିଛି ବ୍ୟାପକ ସୁଧାର
୫-ଟିକୁ ନୀତି ଆୟୋଗର ପ୍ରଶଂସା; ଶିକ୍ଷା ବ୍ୟବସ୍ଥାରେ ଆସିଛି ବ୍ୟାପକ ସୁଧାର
admin
Nov 24, 2019 - 16:54
Updated: Nov 24, 2019 - 16:54
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ୫-ଟି ଏଜେଣ୍ଡାକୁ ପ୍ରଶଂସା କରିଛି ନୀତି ଆୟୋଗ । ଅନ୍ୟ ରାଜ୍ୟମାନଙ୍କ ଆଗରେ ଓଡ଼ିଶାର ଉଦାହରଣ ଦେଇଛି । ଓଡ଼ିଶାରେ ଶିକ୍ଷା ବିଭାଗ କିଭଳି ୫-ଟି କାର୍ଯ୍ୟକାରୀ କରି ବ୍ୟବସ୍ଥାରେ ବିରାଟ ପରିବର୍ତ୍ତନ ଆଣିପାରିଛି, ସେ ନେଇ ନୀତି ଆୟୋଗ ବୈଠକରେ ଆଲୋଚନା ହୋଇଛି । ଖାଲି ସେତିକି ନୁହେଁ, ନୀତି ଆୟୋଗ ଟ୍ୱିଟ୍ କରି ଓଡ଼ିଶା ସରକାରଙ୍କ ଏଭଳି ପଦକ୍ଷେପରେ ଉଚ୍ଚ ପ୍ରଶଂସା କରିଛି । ଶିକ୍ଷା ବ୍ୟବସ୍ଥା ନେଇ ନୀତି ଆୟୋଗର ଜାତୀୟ ଷ୍ଟିଅରିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଅଧ୍ୟକ୍ଷତା କରିଥିଲେ । ନୀତି ଆୟୋଗର ସାଥ୍-ଇ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ରାଜ୍ୟର ପ୍ରତିନିଧି ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ୫-ଟି ଲାଗୁ କରି କିଭଳି ବ୍ୟବସ୍ଥାରେ ପରିବର୍ତ୍ତନ ଓ ସୁଧାର ଅଣାଯାଇପାରିଛି, ତା’ର ତଥ୍ୟ ଉପସ୍ଥାପନା କରିଥିଲେ । ବୈଠକରେ ନୀତି ଆୟୋଗ ଏଭଳି ପଦକ୍ଷେପରେ ସନ୍ତୋଷ ବ୍ୟକ୍ତ କରିବା ସହ ଏହା ଅନ୍ୟମାନଙ୍କ ଉଦାହରଣ ବୋଲି ଦର୍ଶାଇଥିଲେ ।