କିଏ ହେବ ଶଶାଙ୍କଙ୍କ ଉତ୍ତରାଧିକାରୀ : ଆଇସିସି ସଭାପତି ଦୌଡରେ ତିନି ଜଣ

କିଏ ହେବ ଶଶାଙ୍କଙ୍କ ଉତ୍ତରାଧିକାରୀ : ଆଇସିସି ସଭାପତି ଦୌଡରେ ତିନି ଜଣ

କିଏ ହେବ ଶଶାଙ୍କଙ୍କ ଉତ୍ତରାଧିକାରୀ : ଆଇସିସି ସଭାପତି ଦୌଡରେ ତିନି ଜଣ
ଦୁବାଇ : ଆଇସିସିର ପୂର୍ବତନ ସଭାପତି ଶଶାଙ୍କ ମନୋହର ଯୋଶୀଙ୍କ କାର୍ଯ୍ୟକାଳ ପୂରା ହେବା ପରେ ଉକ୍ତ ପଦବୀ ଖାଲି ପଡିଛି । ଉକ୍ତ ପଦବୀ ନିମନ୍ତେ ତିନି ଜଣ ଦୌଡରେ ରହିଥିବା ବେଳେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାହା ଦେଖିବା ବାକି ରହିଲା । ୧୭ ବୋର୍ଡ ବିଶିଷ୍ଟ ଆଇସିସିର ସଭାପତି ହେବା ନିମନ୍ତେ ଦୁଇ ତୃତୀୟାଂଶ ସଭ୍ୟ ରାଷ୍ଟ୍ରଙ୍କ ସମର୍ଥନ ଆବଶ୍ୟକ । ୧୭ ବୋର୍ଡ ସଦସ୍ୟଙ୍କ ମଧ୍ୟରେ ୧୨ଟି ଟେଷ୍ଟ ଖେଳୁଥିବା ରାଷ୍ଟ୍ର ମାଲେସିଆ, ସ୍କଟଲ୍ୟାଣ୍ଡ ଏବଂ ସିଙ୍ଗାପୁର ପରି ସହଯୋଗୀ ରାଷ୍ଟ୍ର, ଚେୟାରମ୍ୟାନ୍ ଏବଂ ଜଣେ ସ୍ୱାଧୀନ ନିଦେ୍ର୍ଧଶକ ରହିଥାନ୍ତି । ଏମାନଙ୍କ ବ୍ୟତୀତ ଆଇସିସିର ସିଇଓ ମଧ୍ୟ ଏହି ବୋର୍ଡର ସଦସ୍ୟ ଥାନ୍ତି ମାତ୍ର ତାଙ୍କ ନିକଟରେ ଭୋଟିଂ କ୍ଷମତା ନଥାଏ । ସେହିପରି ଭାବରେ ଜଣେ ସଦସ୍ୟଙ୍କୁ ଜଣେ ପୂର୍ବତନ ସଭାପତିଙ୍କ ସମର୍ଥନ ସହିତ ଦୁଇ ଜଣ ନିଦେ୍ର୍ଧଶକଙ୍କ ଭୋଟର ଆବଶ୍ୟକତା ପଡିଥାଏ । ଓଭାପତି ଦୌଡରେ ଆଗୁଆ ରହିଥିବା ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ହେଉଛନ୍ତି କଲିନ୍ ଗ୍ରେଭସ୍, ଡେଭ୍ କ୍ୟାମେରନ୍ ଏବଂ ସୌରଭ ଗାଙ୍ଗୁଲି । ପୂର୍ବତନ ଇସିବି ଚେୟାରମ୍ୟାନ କଲିନ୍ ଗ୍ରେଭସ୍ ଏହି ତାଲିକାରେ ସବୁୂଠୁ ଉପରେ ରହିଛନ୍ତି । ୫ ବର୍ଷ ଧରି ଇଂଲଣ୍ଡ କ୍ରିକେଟ ବୋର୍ଡର ମୁଖ୍ୟ ଭାବରେ କାର୍ଯ୍ୟ କରିଥିବା ଗ୍ରେଭସ୍ ଏହି ପଦ ପାଇଁ ଯୋଗ୍ୟ ବ୍ୟକ୍ତି । ଏହି ତାଲିକାର ଦ୍ୱିତୀୟ ଅଗ୍ରଣୀ ବ୍ୟକ୍ତି ହେଉଛନ୍ତି ଡେଭ୍ କ୍ୟାମେରନ୍ । ପୂର୍ବତନ ୱିଣ୍ଡିଜ୍ ବୋର୍ଡ ମୁଖ୍ୟ କ୍ୟାମେରନ୍ଙ୍କ ନିକଟରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ସଂଖ୍ୟା ରହିଛି ମାତ୍ର ସହଯୋଗୀ ସଦସ୍ୟଙ୍କ ଭୋଟ ମିଳିବା ଉପରେ ପ୍ରଶ୍ନବାଚୀ ରହିଛି । ଏହି ତାଲିକାରେ ସବୁଠୁ କମ୍ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ହେଉଛନ୍ତି ସୌରଭ ଗାଙ୍ଗୁଲି । ମାତ୍ର ୯ ମାସ ଧରି ବିସିସିଆଇର ମୁଖ୍ୟ ଭାବରେ ରହିଥିଲେ ମଧ୍ୟ ବିସିସିଆଇ ବର୍ତ୍ତମାନ ଗାଙ୍ଗୁଲିଙ୍କୁ ଛାଡିବାକୁ ଚାହୁଁନାହିଁ । ଆସନ୍ତା କିଛି ଦିନ ମଧ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ଦେଖାଯାଉ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ।