୬ ସହରକୁ ବିମାନ ଯାତ୍ରା ଉପରେ ପଶ୍ଚିମବଙ୍ଗର କଟକଣା

୬ ସହରକୁ ବିମାନ ଯାତ୍ରା ଉପରେ ପଶ୍ଚିମବଙ୍ଗର କଟକଣା

୬ ସହରକୁ ବିମାନ ଯାତ୍ରା ଉପରେ ପଶ୍ଚିମବଙ୍ଗର କଟକଣା
କୋଲକାତା : ଦେଶର ୬ଟି ସହରକୁ ଘରୋଇ ବିମାନ ଉଡାଣ ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର । ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହି ୬ଟି ସହରକୁ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ମମତା ବାନାର୍ଜୀ । ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଦିଲ୍ଲୀ, ମୁମ୍ବ୍ଧବ, ପୁନେ, ଅହମ୍ମଦାବାଦ, ଚେନ୍ନାଇଏବଂ ନାଗପୁରରୁ କୋଲକାତାକୁ ବିମାନ ଯାତ୍ରା ଉପରେ ରୋକ ଲଗାଯାଇଛି । ଏ ନେଇ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଏକ ଚିଠି ଲେଖାଯାଇଛି । ଏହି ୬ ସହର ବ୍ୟତିରେକ ଅନ୍ୟ ସମସ୍ତ ଘରୋଇ ବିମାନ ଚଳାଚଳ ଜାରି ରଖିବା ପାଇଁ ଚିଠିରେ ଅନୁରୋଧ କରାଯାଇଛି । ସେହିପରି ପଶ୍ଚିମବଙ୍ଗରେଚଳିତ ମାସର ୫, ୮, ୨୦, ୨୧, ୨୭, ୨୮ ଏବଂ ୩୧ ତାରିଖକୁ ସଟଡାଉନ୍ ଘୋଷଣା କରାଯାଇଛି । ଏହି ଦିନ ମାନଙ୍କରେ ସମ୍ପୂର୍ଣ୍ଣ ବିମାନ ଚଳାଚଳ ବନ୍ଦ ରଖାଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ।