ଟି-୨୦: ଆଜି ଭାରତ-ନ୍ୟୁଜିଲାଣ୍ଡ ଲଢେଇ
ଟି-୨୦: ଆଜି ଭାରତ-ନ୍ୟୁଜିଲାଣ୍ଡ ଲଢେଇ

ନୂଆଦିଲ୍ଲୀ: ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ତଥା ଶେଷ ଟି-୨୦ । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ଧୋଇଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇଛି ଭାରତ । ଫଳରେ ଟିମ୍ ଇଣ୍ଡିଆ ସିରିଜ୍ରେ ୧-୦ରେ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚ୍ ଜିତି ସିରିଜ୍ ବିଜୟୀ ହେବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।
ସେପଟେ ଘରୋଇ ଦଳ ପାଇଁ କର ବା ମର ସ୍ଥିତି । ଆଜିର ମ୍ୟାଚ୍ ଜିତି ସିରିଜ୍ ବରାବର କରିବାକୁ ଚେଷ୍ଟା କରିବ ନ୍ୟୁଜିଲାଣ୍ଡ । ପ୍ରଥମ ମ୍ୟାଚ୍ରେ ୫୧ ବଲରୁ ବିସ୍ଫୋରକ ୧୧୧ ରନ୍ କରିଥିଲେ ସୂର୍ୟ୍ୟକୁମାର ଯାଦବ । ଈଶାନ କିଷନ ୩୬ ରନ୍ କରିଥିଲେ । ଅନ୍ୟ କେହି ବ୍ୟାଟର ବିଶେଷ ପ୍ରଭାବ ଦେଖାଇ ପାରିନଥିଲେ । ଆଜିର ମ୍ୟାଚରେ ଯୁବ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ ଏବଂ ୱିକେଟ ରକ୍ଷକ ସଂଜୁ ସାମସନଙ୍କୁ ସୁଯୋଗ ମିଳିପାରେ । ସେପଟେ ନ୍ୟୁଜିଲାଣ୍ଡ କିନ୍ତୁ ଅଧିନାୟକ କେନ୍ ୱିଲୟମସନଙ୍କ ବିନା ପଡ଼ିଆକୁ ଓହ୍ଲାଇବ । ଆଜି ଟିମ୍ ସାଉଦି ଦଳର ନେତୃତ୍ୱ ନେବେ ।