ଜୁଲାଇ ୨୩ ରୁ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ

ଜୁଲାଇ ୨୩ ରୁ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ

ଜୁଲାଇ ୨୩ ରୁ  ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ
ଟୋକିଓ:କରୋନା ଆତଙ୍କ ପାଇଁ ସ୍ଥଗିତ ହୋଇଥିବା ଟୋକିଓ ଅଲିମ୍ପିକ୍ସ ଆସନ୍ତା ବର୍ଷ ଜୁଲାଇ ମାସ ୨୩ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷ ହେବ । ସେହିଭଳି ପାରାଲିମ୍ପିକ୍ସ ଅଗଷ୍ଟ ୨୪ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଟୋକିଓ ଅଲିମ୍ପିକ୍ସ ଆୟୋଜନ ସମିତିର ମୁଖ୍ୟ ୟାସିରୋ ମୋରି ସୋମବାର ଏହି ଘୋଷଣା କରିଛନ୍ତି । ପୂର୍ବରୁ ଟୋକିଓ ଅଲିମ୍ପିକ୍ସର ନୂଆ ତାରିଖ ଚଳିତ ସପ୍ତାହରେ ଘୋଷଣା ହେବ ବୋଲି ମୋରି କହିଥିଲେ । ସେ କହିଥିଲେ ଆମକୁ ଶୀଘ୍ର ଅଲିମ୍ପିକ୍ସର ନୂଆ ତାରିଖ ଘୋଷଣା କରିବାକୁ ହେବ । ମୁଁ ଭାବୁଛି ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସଭାପତି ଥୋମାସ ବାକ ଏଇ ସପ୍ତାହରେ ହିଁ ମୋ ସହ କଥା ହେବେ । କିନ୍ତୁ ହଠାତ ସୋମବାର ସେ ନୂଆ ତାରିଖ ଘୋଷଣା କରିଛନ୍ତି । ଏଥିନେଇ ବାକ୍ ସମ୍ମତି ପ୍ରକାଶ କରିଥିବା ଅନୁମାନ କରାଯାଇଛି । ଅଲିମ୍ପିକ୍ସ ସ୍ଥଗିତ ହୋଇଥିଲେ ମଧ୍ୟରୁ ପୂର୍ବରୁ କିଣା ଯାଇଥିବା ସମସ୍ତ ଟିକେଟ ବୈଧ ରହିବ । ଟିକେଟଧାରୀ ଚାହିଁଲେ ଏହାର ମୂଲ୍ୟ ମଧ୍ୟ ଫେରି ପାଇବେ ବୋଲି ମୋରି ସୂଚନା ଦେଇଛନ୍ତି । ସେହିଭଳି ଅଗଷ୍ଟ୮, ୨୦୨୧ ଉଦଯାପନୀ ଉତ୍ସବ ଆୟୋଜିତ ହୋଇପାରେ ବୋଲି ଜାପାନର ସରକାରୀ ପ୍ରସାରଣକାରୀ ସଂସ୍ଥା ଏନଏଚକେ ଘୋଷଣା କରିଥିଲା । ଯାହା ଏବେ ସତ ପ୍ରମାଣିତ ହୋଇଛି । ଅଲିମ୍ପିକ୍ସର ନୂଆ ତାରିଖ ଘୋଷଣା ହେବା ପରେ ସାରା ବିଶ୍ୱର ହଜାର ହଜାର କ୍ରୀଡ଼ାବିତ ଆଶ୍ୱସ୍ତ ହୋଇଛନ୍ତି । ସେମାନଙ୍କ ମନରେ ଥିବା ଦ୍ୱନ୍ଦ୍ୱ ସଂଶୟ ମଧ୍ୟ ଦୂର ହୋଇଛି । ତେବେ ଏହି କାରଣରୁ ଜାପାନ ସରକାରୀ କୋଟି କୋଟି ଟଙ୍କାର କ୍ଷତି ସହିବାର ସର୍ବାଧିକ ସମ୍ଭାବନା ରହିଛି । ଆୟୋଜକମାନେ ଏହା ପୂର୍ବରୁ ଟୋକିଓର ଉତ୍ତପ୍ତ ଜଳବାୟୁକୁ ଆଖି ଆଗରେ ରଖି ମାରାଥନ ଦୌଡ଼କୁ ସାପୋରୋକୁ ସ୍ଥାନାନ୍ତର କରିଥିଲେ । ଯାହା ଟୋକିଓଠାରୁ ୫୦୦ କିଲୋମିଟର ଦୂରରେ ଅବସ୍ଥିତ । ଜାପାନର ଏହି ସହର ତାପମାତ୍ରା ବର୍ଷ ସାରା ୨୦ ଡିଗ୍ରୀ ଭିତରେ ରହୁଥିଲା ବେଳେ ଟୋକିଓ ଅପେକ୍ଷା ଏଠାକାର ଜଳବାୟୁ ଅତ୍ୟନ୍ତ ଶୀତଳ । ସୂଚନା ଯୋଗ୍ୟ ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୪ ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ୧୬ ଦିନ ଧରି ଖେଳାଯିବାର ଥିଲା । କରୋନା ପାଇଁ ଏହାକୁ ୨୦୨୧କୁ ଘୁଞ୍ଚାଇ ଦିଆଯାଇଥିଲା ।