କାଶ୍ମୀର ଆକ୍ରମଣ ପାଇଁତାଲିବାନର ସାହାଯ୍ୟ ଲୋଡିଲା ମାସୁଦ
କାଶ୍ମୀର ଆକ୍ରମଣ ପାଇଁତାଲିବାନର ସାହାଯ୍ୟ ଲୋଡିଲା ମାସୁଦ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନରକ୍ଷମତା ଦଖଲ ପରେଭାରତରେ ଆତଙ୍କବାଦୀ କାର୍ୟ୍ୟକଳାପ ବୃଦ୍ଧି ପାଇବାନେଇ ଆଶଙ୍କା ପ୍ରକାଶ ପାଇଛି ।ଏହିକ୍ରମରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ମୁଖ୍ୟ ମୌଲାନାମାସୁଦ ଆଝାର ତାଲିବାନ ସଂଗଠନରନେତାଙ୍କୁଭେଟିଛି । ଆଝାର ଆଫଗାନିସ୍ତାନରେ ଡେରା ପକାଇବାସହ ଗତ ସପ୍ତାହରେତାଲିବାନ ନେତାମୁଲ୍ଲା ଅବଦୁଲ ଘନିବରାଦରକୁକାନ୍ଦାହାରରେଭେଟିଥିଲା । ସାକ୍ଷାତସମୟରେ ଆଝାର ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ୟ୍ୟକଳାପ ବୃଦ୍ଧିଲାଗିତାଲିବାନରସହାୟତାଲୋଡିଛି । ଜୈସ-ଇ-ମହମ୍ମଦର ପ୍ରୋତ୍ସାହନରେକାଶ୍ମୀରରେ ଆତଙ୍କବାଦୀ କାର୍ୟ୍ୟ ଚାଲିଆସିଥିବାବେଳେ ଆଗକୁ ଏହାକୁ ଅଧିକ କରିବାଲାଗିମାସୁଦ ଯୋଜନାକରିଛି । ପୂର୍ବରୁ ଆଫଗାନିସ୍ତାନରେ ତାଲିବାନରକ୍ଷମତା ଦଖଲକୁନେଇମାସୁଦ ଖୁସିବ୍ୟକ୍ତକରିଥିଲା ।




admin 