କାଲିଠୁ ବିଧାନସଭା, ସୁରକ୍ଷା ପାଇଁ ୧୫ ପ୍ଲାଟୁନ
କାଲିଠୁ ବିଧାନସଭା, ସୁରକ୍ଷା ପାଇଁ ୧୫ ପ୍ଲାଟୁନ

ଭୁବନେଶ୍ୱର:ବୁଧବାରଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ବିଧାନସଭା ପରିସରରେ ତି୍ରସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚଳିତ ଅଧିବେଶନରେ ୧୫ ପ୍ଲାଟୁନ ପୁଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି । ତା’ଛଡ଼ା ୧୦୦ ଅଫିସର ମଧ୍ୟ ମୁତୟନ ହୋଇଛନ୍ତି । କରୋନା ପାଇଁ ଏମିତି ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ତେବେ ସୁରକ୍ଷା ବ୍ୟବସ୍ଥା କେମିତି ରହିଛି ତାହା ଦେଖିବାକୁ ମଙ୍ଗଳବାର ଡିଜିପି ଅଭୟ ବିଧାନସଭା ବାହାରେ ଓ ଭିତରେ ଯାଞ୍ଚ କରିବେ ବୋଲି ଜଣାପଡ଼ିଛି । ୨ ଜଣ ଅତିରିକ୍ତ ଡିସିପି, ୧୦ ଜଣ ଏସିପି, ୧୦ ଜଣ ଆଇଆଇସି ଓ ୬୧ ଜଣ ଏସଆଇଙ୍କ ସମେତ ୮୦ ଜଣ ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ଏହାଛଡ଼ା ସାଧା ପୋଷାକଧାରୀ ପୁଲିସ, ରୁଫଟପ ସିକୁ୍ୟରିଟି, କୁ୍ୟଆରଟି, ଷ୍ଟ୍ରାଇକିଙ୍ଗ ଫୋର୍ସ ମଧ୍ୟ ମୁତୟନ ହେବେ । ବିଧାନସଭା ଭିତର ଓ ବାହାରକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି । କରୋନା ପାଇଁ ପିଏମଜିରେ ଅଧିକ ଭିଡ ପାଇଁ କଟକଣା ରହିଛି । ଯଦି କେହି ନିୟମ ନ’ମାନି ଧାରଣ ସ୍ଥଳରେ ଆନେ୍ଦାଳନ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି । କରୋନା ପାଇଁ ବିଭିନ୍ନ ଆଡେ ପୁଲିସ ମୁତୟନ ହୋଇଛନ୍ତି । ଏ ସବୁକୁ ଲକ୍ଷ୍ୟ କରି ଚଳିତ ବିଧାନସଭା ସୁରକ୍ଷାରେ କମ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି ।