କରୋନା ଭୂତାଣୁର ପ୍ରଜାତି ବିରୋଧରେ କୋଭାକ୍ସିନ ଟିକା ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଛି

କରୋନା ଭୂତାଣୁର ପ୍ରଜାତି ବିରୋଧରେ କୋଭାକ୍ସିନ ଟିକା ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଛି

କରୋନା ଭୂତାଣୁର ପ୍ରଜାତି ବିରୋଧରେ କୋଭାକ୍ସିନ ଟିକା ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଛି
ନୂଆଦିଲ୍ଲୀ: କରୋନା ଭୂତାଣୁର ବ୍ରିଟେନ ଏବଂ ଭାରତ ପ୍ରଜାତି ବିରୋଧରେ କୋଭାକ୍ସିନ ଟିକା ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଛି ବୋଲି ଭାରତ ବାୟୋଟେକ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । କୋଭାକ୍ସିନ ଶରୀରରେ ଏଭଳି ଏଣ୍ଟିବଡ଼ି ସୃଷ୍ଟି କରୁଛି ଯାହା କରୋନା ଭାଇରସର ସମସ୍ତ ପ୍ରଜାତିକୁ ମୁକାବିଲା କରିବାରେ ସକ୍ଷମ ହୋଇପାରୁଛି । କୋଭାକ୍ସିନ ଟିକା ନିର୍ମାତା ଭାରତ ବାୟୋଟେକ କହିଛି ଯେ ଏହି ଟିକା ଭାରତରେ ଅତି କ୍ଷୀପ୍ର ସଂକ୍ରମଣଶୀଳ ପ୍ରଜାତି ବି.୧.୧୬୭ ବିରୋଧରେ ଆଶାନୁରୂପ ପ୍ରଭାବୀ ରହିଛି । ବ୍ରିଟେନରେ କରୋନାର ବିପଜ୍ଜନକ ପ୍ରଜାତି ବି.୧.୧.୭କୁ ମଧ୍ୟ ନିଷ୍କ୍ରିୟ କରିବାରେ କୋଭାକ୍ସିନ ସଫଳ ପ୍ରମାଣିତ ହୋଇଥିବା କୁହାଯାଇଛି । କ୍ଲିନିକାଲ ସଂକ୍ରାମକ ରୋଗ ଜର୍ଣ୍ଣାଲରେ ଏ ବାବଦରେ ଅଧିକ ତଥ୍ୟ ପ୍ରକାଶିତ ହୋଇଛି । ଆଜି ଡିଆରଡିଓ ଦ୍ୱାରା ବିକଶିତ କୋଭିଡ ଔଷଧ ୨-ଡିଜି ଉପଲବ୍ଧ ହେବ । ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଏହି ଔଷଧର ୧୦ ହଜାର ମାତ୍ରା ବିତରଣ କରାଯିବ ।