କରୋନା ଭୂତାଣୁ ସମ୍ପୂର୍ଣ୍ଣ ଭାବେ ଦେଶରୁ ଯିବନାହିଁ : ଆଇସିଏମଆର

କରୋନା ଭୂତାଣୁ ସମ୍ପୂର୍ଣ୍ଣ ଭାବେ ଦେଶରୁ ଯିବନାହିଁ : ଆଇସିଏମଆର

କରୋନା ଭୂତାଣୁ ସମ୍ପୂର୍ଣ୍ଣ ଭାବେ ଦେଶରୁ ଯିବନାହିଁ : ଆଇସିଏମଆର

ନୂଆଦିଲ୍ଲୀ : କରୋନାଭୂତାଣୁ ସମ୍ପୂର୍ଣ୍ଣ ଭାବେ ଦେଶରୁ ଯିବନାହିଁ । କରୋନା ଏକ ସାଧାରଣ ରୋଗ ଭାବେ ରହିବ ବୋଲି ଆଇସିଏମଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଆଇସିଏମଆର ଡାକ୍ତର ସମୀରଣ ପଣ୍ଡାଙ୍କ କହିବା ଅନୁଯାୟୀ ସାଧାରଣ ଥଣ୍ଡା ଜ୍ୱର ପରି କରୋନା ଏକ ସାଧାରଣ ରୋଗରେ ପରିଣତ ହେବ ଏବଂ ଏହାପରେ ବାର୍ଷିକ ଟିକାର ଆବଶ୍ୟକ ହେବ । ଏବେ ସାଧାରଣ ଭାବେ ଜଣାଶୁଣା ଫ୍ଲୁ ତଥା ଇନଫ୍ଲୁଏଞ୍ଜା ୧୦୦ ବର୍ଷ ପୂର୍ବେ ଏକ ମହାମାରୀ ଥିଲା । କିନ୍ତୁ ଏହା ଏବେ ସାଧାରଣ ରୋଗ । ଠିକ ସେହିପରି କରୋନା ମଧ୍ୟ ଧୀରେ ଧୀରେ ସାଧାରଣ ରୋଗରେ ପରିଣତ ହେବ । ପଣ୍ଡା କହିଛନ୍ତି, ବୟସ୍କମାନେ ପ୍ରତିବର୍ଷ ଟିକା ନେବେ । ଭୟ କରିବାର କିଛି ନୁହେଁ । ଭାଇରସ ଏହାର ରୂପ ବଦଳାଉଥିବାରୁ ଟିକାରେ ମଧ୍ୟ ସାମାନ୍ୟ ପରିବତ୍ତର୍ନ ହେବ । ଟିକା ସମସ୍ତଙ୍କ ପାଇଁ ସୁରକ୍ଷିତ ବୋଲି ସେ କହିଛନ୍ତି ।