କରୋନା ଭାଇରସ୍‌ରେ ଭୂତ ସହର ପାଲଟିଲା ଚୀନର ଉହାନ୍‌, ମକାଓ, ମୃତ୍ୟୁ ସଂଖ୍ୟା ୪୯୦ , ଆକ୍ରାନ୍ତ ୨୪,୩୦୦

କରୋନା ଭାଇରସ୍‌ରେ ଭୂତ ସହର ପାଲଟିଲା ଚୀନର ଉହାନ୍‌, ମକାଓ, ମୃତ୍ୟୁ ସଂଖ୍ୟା ୪୯୦ , ଆକ୍ରାନ୍ତ ୨୪,୩୦୦

କରୋନା ଭାଇରସ୍‌ରେ ଭୂତ ସହର ପାଲଟିଲା ଚୀନର ଉହାନ୍‌, ମକାଓ, ମୃତ୍ୟୁ ସଂଖ୍ୟା ୪୯୦ , ଆକ୍ରାନ୍ତ ୨୪,୩୦୦
ବେଜିଂ : କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳ ଚୀନର ଉହାନ୍ ଏବେ ଭୂତ ସହର ପାଲଟିଥିବା ବେଳେ ମକାଓ ବି ଭୂତ ସହରରେ ପରିଣତ ହୋଇଛି । ଦୁଇ ବିଶାଳ ସହରର ରାସ୍ତାଘାଟ ଶୂନଶାନ ରହିଛି ଏବଂ କାଁ ଭାଁ ସ୍ୱାସ୍ଥ୍ୟକର୍ମୀ ଏବଂ କରୋନା ଭାଇରସ୍ ମୁକାବିଲାରେ ନିୟୋଜିତ ସଦସ୍ୟଙ୍କୁ ହିଁ ଦେଖିବାକୁ ମିଳୁଛି । କରେନା ଯୋଗୁଁ ଚୀନ୍‌ରେ ବର୍ତମାନ ସୁଦ୍ଧା ୪୯୦ ଜଣଙ୍କ ମୃତ୍ୟୁ ହେଲାଣି । ୨୪,୩୦୦ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି । ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ୱତନ୍ତ୍ରୀ ନିରୀକ୍ଷଣ ବ୍ୟବସ୍ଥାରେ ରଖାଯାଇଛି । ସୋମବାର ଦିନ ଆଉ ୬୪ ଜଣ ପ୍ରାଣ ହରାଇଥିବାର ଖବର ମିଳିଛି । ପରିସ୍ଥିତି ଏପରି ହୋଇଛି ଯେ କରୋନା ପାଇଁ ଚୀନର ୨୪ଟି ପ୍ରମୁଖ ସହର ଏବେ ବନ୍ଦ ହୋଇଯାଇଛି । ସ୍ଥିତି ଅଣାୟତ୍ତ ହୋଇଯାଉଥିବାରୁ ଚୀନ୍‌ରେ ଜିମ୍ନାସିୟମ୍ ଏବଂ ପ୍ରଦର୍ଶନୀ କେନ୍ଦ୍ର ଅସ୍ଥାୟୀ ହସ୍ପିଟାଲରେ ପରିଣତ ହେବ ବୋଲି ଘୋଷଣା କରାଯାଇଛି । ହଂକଂ ଜିମ୍ନାସିୟମ୍‌, ଉହାନ୍ ଅନ୍ତର୍ଜାତୀୟ କନଫରେନ୍ସ ଏବଂ ପ୍ରଦର୍ଶନୀ କେନ୍ଦ୍ର ସହ ବିଭିନ୍ନ ସାଂସ୍କୃତିକ ଭବନଗୁଡ଼ିକ ଅସ୍ଥାୟୀ ହସ୍ପିଟାଲରେ ପରିଣତ ହେବ । ଭାଇରସ୍ ଯୋଗୁଁ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଲୋକମାନଙ୍କୁ ବଳପୂର୍ବକ ଘରେ ଅଟକ ରଖାଯାଉଛି । ମକାଓରେ ଥିବା ହୋଟେଲ ଗୁଡ଼ିକ ଖାଲି ପଡ଼ିଛି । ମକାଓ ଅର୍ଥନୀତି ପାଇଁ ଭାଇରସ୍ ଘାତକ ସାଜିଛି । ୨୫ରୁ ଅଧିକ ଦେଶକୁ ଭାଇରସ୍ ବ୍ୟାପିଥିବା ବେଳେ ବେଲଜିୟମରେ ମଧ୍ୟ ପ୍ରଥମ କରୋନା ଭାଇରସ୍ ମାମଲା ସାମ୍ନାକୁ ଆସିଛି । ଫିଲିପାଇନ୍ସରେ କରୋନା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହା ୧୦୫ ରୋଗୀଙ୍କୁ ଭଲଭାବେ ଯାଞ୍ଚ କରୁଛି । ସିଙ୍ଗାପୁରରେ ସମୁଦାୟ ୬ ଜଣ ଭାଇରସ୍ ଆକ୍ରାନ୍ତ ଥିବା ବେଳେ ମାଲେସିଆରେ ୧୦ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି ।