ଏକାଦଶ ଗର୍ଭରୁ ଯମଜ କନ୍ୟା ଜନ୍ମ ଦେଲେ ମହିଳା

ଏକାଦଶ ଗର୍ଭରୁ ଯମଜ କନ୍ୟା ଜନ୍ମ ଦେଲେ ମହିଳା

 ଏକାଦଶ ଗର୍ଭରୁ ଯମଜ କନ୍ୟା ଜନ୍ମ ଦେଲେ ମହିଳା
ଯଶିପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍ ଶିମିଳିପାଳ ବନାଞ୍ଚଳ ଅନ୍ତର୍ଗତ ଦୁର୍ଗମ ଗ୍ରାମ କୁଆଁରିବିଲର ଜଣେ ଗରିବ ଆଦିବାସୀ ମହିଳା ଜିଙ୍ଗି ହେମ୍ବ୍ରମ୍ । ଜିଙ୍ଗିଙ୍କ ୧୦ ଜଣ ସନ୍ତାନ ରହିଛନ୍ତି । ଏପରିସ୍ଥଳେ, ତାଙ୍କର ଏକାଦଶ ଗର୍ଭରୁ ଯମଜ କନ୍ୟା ଜନ୍ମ ନେଇଛନ୍ତି । ଗର୍ଭଯନ୍ତ୍ରଣା ହେବାରୁ ଜିଙ୍ଗିଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ପଠାଯାଇଥିଲା । ହେଲେ, ଯାଜପୁର ବ୍ଲକ୍ ଅନ୍ତର୍ଗତ ବଡ଼ଚଣା ନିକଟରେ ଆମ୍ବୁଲାନ୍ସ ଭିତରେ ଜିଙ୍ଗି ଦୁଇଜଣ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏହାପରେ, ଦୁଇ ନବଜାତ ଶିଶୁକନ୍ୟା ସହ ମାଙ୍କୁ କରଞ୍ଜିଆ ଡାକ୍ତରଖାନାକୁ ଅଣାଯାଇଛି । ଦୁଇ କନ୍ୟା ଏବେ ସୁସ୍ଥ ଥିବା ଜଣାପଡ଼ିଛି ।