କରୋନା ପାଇଁ ଆଉ କଟିବନି ବିଧାୟକଙ୍କ ଦରମା

କରୋନା ପାଇଁ ଆଉ କଟିବନି ବିଧାୟକଙ୍କ ଦରମା

କରୋନା ପାଇଁ ଆଉ କଟିବନି ବିଧାୟକଙ୍କ ଦରମା
ଭୁବନେଶ୍ୱର: କରୋନା ପାଇଁ ଆଉ କଟିବନି ବିଧାୟକଙ୍କ ଦରମା । ଚଳିତ ବର୍ଷ ଡିସେମ୍ବର ମାସର ଦରମା ବିଧାୟକମାନଙ୍କୁ ମିଳିବ । ଏ ନେଇ ରାଜ୍ୟ ସରକାରୀ ନିଷ୍ପତ୍ତି ନେଇଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିବା ସହ ପାଣ୍ଠି ଯୋଗାଡ ପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ବିଭିନ୍ନ ନିଗମର ଅଧ୍ୟକ୍ଷ ଏବଂ ପୌର ସଂସ୍ଥାର ନିର୍ବାଚିତ ଜନପ୍ରତିନିଧିଙ୍କ ୭୦% ଦରମା କାଟ କରିବାକୁ ନିଷ୍ପତ୍ତି ହୋଇଥିଲା । ମାର୍ଚ୍ଚରୁ ଏହା ଲାଗୁ ହୋଇଥିଲା । ସେବେଠାରୁ ଏଭଳି ବ୍ୟବସ୍ଥା ଚାଲିଥିଲା । ଏବେ ସରକାର ନିଷ୍ପତ୍ତି ନେଇଛନ୍ତି, ଏଣିକି ଆଉ ଦରମା କାଟ କରାଯିବ ନାହିଁ । ଅପରପକ୍ଷେ ପୂର୍ବରୁ ଯେଉଁ ଦରମା କାଟ ହୋଇଥିଲା ତାହା ଫେରସ୍ତ କରାଯିବା ନେଇ ମଧ୍ୟ ବିଚାର ବିମର୍ଶ ହେଉଛି ।