କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୪ ଜଣଙ୍କ ଜୀବନ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୪ ଜଣଙ୍କ ଜୀବନ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୪ ଜଣଙ୍କ ଜୀବନ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୪୪ ଜଣଙ୍କର ଜୀବନ ଯାଇଛି । ଫଳରେ କରୋନା ଯୋଗୁଁ ଏଯାବତ ୩୧୬୭ ଜଣ ପ୍ରାଣ ହରାଇ ସାରିଛନ୍ତି । ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୩୭ ହଜାର ୨୨୬ରେ ପହଁଚିଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୬୪ ହଜାର ୬୭୩ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୬୯ ହଜାର ୩୩୩ ଜଣ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪, ବରଗଡ଼ରେ ୪, ବଲାଙ୍ଗୀରରେ ୨, ବୌଦ୍ଧରେ ୨, କଟକରେ ୪, ଦେବଗଡ଼ରେ ୧, ଢେଙ୍କାନାଳରେ ୧, ଯାଜପୁରରେ ୧, ଝାରସୁଗୁଡ଼ାରେ ୪, କଳାହାଣ୍ଡିରେ ୩, କେନ୍ଦ୍ରାପଡ଼ାରେ ୧, ଖୋର୍ଦ୍ଧାରେ ୫, ମୟୂରଭଞ୍ଜରେ ୨, ପୁରୀରେ ୩, ରାୟଗଡ଼ାରେ ୩, ସମ୍ବଲପୁରରେ ୧ ଓ ସୁନ୍ଦରଗଡ଼ରେ ୩ ଜଣଙ୍କର ମୃତୁ୍ୟ ଘଟିଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୨୯୫, ବାଲେଶ୍ୱରରେ ୩୯୨, ବରଗଡ଼ରେ ୧୦୭, ଭଦ୍ରକରେ ୨୪୬, ବଲାଙ୍ଗୀରରେ ୭୭, ବୌଦ୍ଧରେ ୧୩୦, କଟକରେ ୬୪୭, ଦେବଗଡ଼ରେ ୨୮, ଢେଙ୍କାନାଳରେ ୭୩, ଗଜପତିରେ ୪୮, ଗଞ୍ଜାମରେ ୪୫, ଜଗତସିଂହପୁରରେ ୨୨୬, ଯାଜପୁରରେ ୪୩୪, ଝାରସୁଗୁଡ଼ାରେ ୪୨, କଳାହାଣ୍ଡିରେ ୭୭, କନ୍ଧମାଳରେ ୧୧୨, କେନ୍ଦ୍ରାପଡ଼ାରେ ୨୫୩, କେନ୍ଦୁଝରରେ ୧୨୩, ଖୋର୍ଦ୍ଧାରେ ୧୦୧୭, କୋରାପୁଟରେ ୧୨୬, ମାଲକାନାଗିରିରେ ୮୪, ମୟୂରଭଞ୍ଜରେ ୨୯୭, ନବରଙ୍ଗପୁରରେ ୧୪୬, ନୟାଗଡ଼ରେ ୧୨୦, ନୂଆପଡ଼ାରେ ୧୭, ପୁରୀରେ ୨୯୧, ରାୟଗଡ଼ାରେ ୧୨୦, ସମ୍ବଲପୁରରେ ୧୦୧, ସୋନପୁରରେ ୬୪, ସୁନ୍ଦରଗଡ଼ରେ ୨୦୮ ଓ ରାଜ୍ୟ ପୁଲରେ ୧୫୧ ଜଣ ଆକ୍ରାନ୍ତ ହୋଇଛନ୍ତି ।