କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୧୦ ହଜାର ପଜିଟିଭ୍ ଚିହ୍ନଟ
କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୧୦ ହଜାର ପଜିଟିଭ୍ ଚିହ୍ନଟ
admin
May 10, 2021 - 04:45
Updated: May 10, 2021 - 04:45
ଭୁବନେଶ୍ୱର : ଖାଲି ସହର ନୁହେଁ ଗାଁରେ ବି କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ସହର ତୁଳନାରେ ଗାଁରେ ସଂକ୍ରମଣ ଅଧିକ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦ ହଜାର ୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୬୨୩ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୩୪୦୮ ଜଣ ସଂକ୍ରମିତ ହୋଇଛନ୍ତି । ଅପରପକ୍ଷରେ ରାଜ୍ୟରେ ଆଉ ୧୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪୫୬, ବାଲେଶ୍ୱରରେ ୨୩୦, ବରଗଡ଼ରେ ୪୫୦, ଭଦ୍ରକରେ ୨୪୮, ବଲାଙ୍ଗୀରରେ ୨୭୪, ବୌଦ୍ଧରେ ୧୮୩, କଟକରେ ୭୨୦, ଦେବଗଡ଼ରେ ୧୧୮, ଢେଙ୍କାନାଳରେ ୨୪୪, ଗଜପତିରେ ୮୯, ଗଞ୍ଜାମରେ ୨୦୯, ଜଗତସିଂହପୁରରେ ୧୧୫, ଯାଜପୁରରେ ୩୨୮, ଝାରସୁଗୁଡ଼ାରେ ୪୧୮, କଳାହାଣ୍ଡିରେ ୪୩୩, କନ୍ଧମାଳରେ ୭୫, କେନ୍ଦ୍ରାପଡ଼ାରେ ୨୪୩, କେନ୍ଦୁଝରରେ ୧୬୬, ଖୋର୍ଦ୍ଧାରେ ୧୩୨୯, କୋରାପୁଟରେ ୧୪୨, ମାଲକାନାଗିରିରେ ୬୨, ମୟୂରଭଞ୍ଜରେ ୨୦୭, ନବରଙ୍ଗପୁରରେ ୩୦୬, ନୟାଗଡ଼ରେ ୨୬୯, ନୂଆପଡ଼ାରେ ୩୧୧, ପୁରୀରେ ୭୦୮, ରାୟଗଡ଼ାରେ ୧୩୨, ସମ୍ବଲପୁରରେ ୩୦୨, ସୋନପୁରରେ ୧୬୯, ସୁନ୍ଦରଗଡ଼ରେ ୮୨୪ ଓ ରାଜ୍ୟ ପୁଲରେ ୨୭୧ ଜଣ ଚିହ୍ନଟ ହୋଇଛନ୍ତି ।